fbpx
BJD SKY
BJD SKY

ଫୋନରେ କଥା ନ ହେବାରୁ ଯୁବତୀଙ୍କୁ ଏସିଡ୍ ମାଡ଼: ପ୍ରେମିକ ଗିରଫ

BJD

ନୂଆଦିଲ୍ଲୀ, ୨୨ା୨: ଉତ୍ତରପ୍ରଦେଶରେ ଜଣେ ଯୁବତୀଙ୍କୁ ଏସିଡ୍ ମାଡ଼ କରାଯାଇଛି । ପ୍ରେମ ସମ୍ପର୍କକୁ ନେଇ ପ୍ରେମିକ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ଯୁବତୀଜଣକ ତାଙ୍କ ପ୍ରେମିକଙ୍କ ସହ ଫୋନରେ କଥାବାର୍ତ୍ତା ବନ୍ଦ କରିଦେବା ଫଳରେ ପ୍ରତିହିଂସାପରାୟଣ ହୋଇ ପ୍ରେମିକ ଏସିଡ୍ ମାଡ଼ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ପ୍ରେମିକଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ପ୍ରେମିକ ଜଣକ ତାଙ୍କର ୧୬ ବର୍ଷୀୟା ପ୍ରେମିକାଙ୍କ ଘର ଭିତରକୁ ପ୍ରବେଶ କରିଥିଲା । ଯୁବତୀ ଜଣକ କୌଣସି କାର୍ଯ୍ୟ କରୁଥିବା ସମୟରେ ଯୁବକ ତାଙ୍କ ଉପରକୁ ଏସିଡ୍ ବୋତଲ ଫୋପାଡ଼ି ସେ ସ୍ଥାନରୁ ଫେରାର ହୋଇଯାଇଥିଲା । ଏହି ଏସିଡ୍ ମାଡ଼ରେ ଯୁବତୀଙ୍କ ଶରୀର ଅବସ୍ଥା ସଙ୍କଟାପନ୍ନ ରହିଛି ।

Get real time updates directly on you device, subscribe now.