fbpx

ରାଜ୍ୟରେ କରୋନାର ଦ୍ୱିତୀୟ ଲହରି ଆଶଙ୍କା

ଭୁବନେଶ୍ୱର,୨୨ ।୨(ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରି ସୃଷ୍ଟି ହେବାର ଆଶଙ୍କା ରହିଛି । ଏହି ପ୍ରସଙ୍ଗରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ‘ଭଦ୍ରକର ଜଣେ ମହାରାଷ୍ଟ୍ର ଫେରନ୍ତା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିନମ୍ ସିକ୍ୱେନ୍ସ ହେବା ପରେ କେଉଁ ଷ୍ଟେନ୍ର ଭୂତାଣୁ ଜଣାପଡ଼ିବ । ଜୀବନଜୀବିକା ପାଇଁ ଯାତାୟାତ ଚାଲିଥିବାରୁ ସଂକ୍ରମଣ ଆଶଙ୍କା ଅଛି । କୋଭିଡ ନିୟମ ମାନିଲେ ସଂକ୍ରମଣକୁ ରୋକାଯାଇପାରିବ । ମାର୍ଚ୍ଚରୁ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ କୋଭିଡ୍ ଟିକା ଦିଆଯିବ ।’ ତେବେ ସଂକ୍ରମଣ ବଢ଼ିଲେ ପୁଣିଥରେ କୋଭିଡ ହସ୍ପିଟାଲ ଖୋଲିପାରେ ବୋଲି ନିରଂଜନ କହିଛନ୍ତି ।

Get real time updates directly on you device, subscribe now.