fbpx

ଏହି ବ୍ୟକ୍ତିଙ୍କର ଜିଭରେ ଉଠିଛି କେଶ, ବିରଳ ରୋଗରେ ଅଛନ୍ତି ପୀଡ଼ିତ; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆମେରିକାରେ ଜଣେ ବ୍ୟକ୍ତିଙ୍କର ଜିଭରେ କେଶ ଉଠୁଥିବା ଦେଖିବାକୁ ମିଳିଛି । ତାଙ୍କ ଜିଭରେ ଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଛି । କ୍ରମଶଃ ଏହି ବ୍ୟକ୍ତିଙ୍କ ଜିଭରେ କେଶ ବଢ଼ିବାରେ ଲାଗିଛି ଓ ମଝିରେ ମଝିରେ ହଳଦିଆ ରଙ୍ଗର ପରସ୍ତ ବି ହୋଇଛି । କିନ୍ତୁ ଉକ୍ତ ବ୍ୟକ୍ତିଙ୍କୁ କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ ହେଉନାହିଁ । ଏହିଭଳି ଏକ ବିରଳ ପରିସ୍ଥିତିକୁ ଦେଖି ବ୍ୟକ୍ତିଙ୍କ ପରିବାର ଲୋକେ ଚକିତ ହୋଇଯାଇଛନ୍ତି । ଏହି ୫୦ ବର୍ଷିୟ ବ୍ୟକ୍ତିଙ୍କ ଜିଭ କଳା ହୋଇ ହୋଇ ଯାଉଛି ।

ଏହି ଷ୍ଟଡି ଜାମା ଡର୍ମାଟୋଲୋଜି ଜର୍ନାଲରେ ପ୍ରକାଶ ପାଇଛି । ଡାକ୍ତର ମାନେ ଏହା ଉପରେ ଏକ ରିସର୍ଚ୍ଚ କରି ରିପୋର୍ଟ ଏହି ଜର୍ନାଲରେ ପ୍ରକାଶିତ କରିଛନ୍ତି । ଜିଭରେ ଛୋଟ ଛୋଟ କେଶ ଉଠିବାରେ ଲାଗିଥିବା ବେଳେ ଏହା ଖୁବ୍ ବିରଳ । ଡାକ୍ତରଙ୍କ କହିବା କଥା ଯେ, ଏହି ବ୍ୟକ୍ତି ବ୍ଲାକ୍ ହେଇରି ଟଙ୍ଗ୍ ସିଣ୍ଡ୍ରୋମ୍ ଦ୍ୱାରା ପୀଡ଼ିତ ହୋଇଛନ୍ତି । ତେବେ ଏହା ଖୁବ୍ ବିପଦଜନକ ।

ବ୍ଲାକ୍ ହେଇରି ଟଙ୍ଗ୍ ସିଣ୍ଡ୍ରୋମ୍ ହେବା ପୂର୍ବରୁ ଏହି ବ୍ୟକ୍ତିଙ୍କର ହାର୍ଟ ଆଟାକ୍ ଆସିଥିଲା । ସେ ଶାରୀରିକ ରୂପେ ଖୁବ୍ ଦୁର୍ବଳ ହୋଇପଡ଼ିଥିଲେ । ହୃଦଘାତ ପରେ ସେ ଲିକ୍ୱିଡ୍ ଡାଇଟ୍ ରେ ଥିଲେ । ତେବେ ଡାକ୍ତରଙ୍କ କହିବା କଥା ଯେ, ଖାଦ୍ୟପେୟ, ଦୁର୍ବଳତା ଓ ହୃଦଘାତ କାରଣରୁ ଏପରି ହେଉଥାଇପାରେ । ଏହି ବ୍ଲାକ୍ ହେଇରି ଟଙ୍ଗ୍ ସିଣ୍ଡ୍ରୋମ୍ ଖୁବ୍ କମ୍ କ୍ଷତି ପହଞ୍ଚାଇଥାଏ । ହେଲେ ଏହା ଖୁବ୍ ବିରଳ ରୋଗ । ସମସ୍ତଙ୍କୁ ଏହି ରୋଗ କବଳିତ କରେ ନାହିଁ ।

ଜିଭରେ ଥିବା ମୃତ କୋଷିକା କାରଣରୁ ଜିଭରେ ଥିବା ପପିଲେ ଯାହା ସବୁଆଡେ ବ୍ୟାପିଯାଏ । ଏହାକୁ ହିଁ ଜିଭର ଟେଷ୍ଟବଡ୍ କୁହାଯାଇଥାଏ । ଏହା ହେବା ଦ୍ୱାରା ଜିଭ ମୋଟା ହୋଇଯାଏ ଓ ଜିଭ ଉପରେ ମୋଟା ପରସ୍ତ ପଡ଼ିଟାଏ । ପରେ ପରେ ଏହା ଖାଦ୍ୟ ଖାଇବା ସମୟରେ ସେଥିରୁ କିଛି କଣିକାକୁ ଜମା କରିବାକୁ ଲାଗେ । ଏହା ଉପରେ ପୁଣି ବ୍ୟାକ୍ଟେରିଆର ଓ ୟିଷ୍ଟ ଜମିବାକୁ ଲାଗେ ଯାହା କେଶ ପରି ଦୃଶ୍ୟମାନ ହୁଏ । ବିଶେଷଜ୍ଞଙ୍କ କହିବା କଥା ଯେ, ଏହା ଏକ କୌଣସି ମେଡିସିନ୍ ର କାଶ୍ୱର୍ ପ୍ରତିକ୍ରିୟା ହୋଇପାରେ କିମ୍ବା ଖାଦ୍ୟପେୟ କାରଣରୁ ମଧ୍ୟ ହେବାକୁ ଲାଗେ ।

Get real time updates directly on you device, subscribe now.