fbpx
BJD SKY
BJD SKY

ଚାଷ ପାଇଁ କୃଷକଙ୍କୁ ପଡିବନି ଡିଜେଲର ଆବଶ୍ୟକତା: ସରକାରଙ୍କର ରହିଛି ଏପରି ଯୋଜନା

BJD

ନୂଆଦିଲ୍ଲୀ: ଯଦି ସୁବକିଛି ଠିକ୍ ରୁହେ, ତେବେ ଭାରତର କୃଷି ଆଗାମୀ ୨ ବର୍ଷରେ ଡିଜେଲ ମୁକ୍ତ ହୋଇଯିବ । କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୨୦୨୪ ସୁଦ୍ଧା ଦେଶ ଡିଜେଲ ବଦଳରେ କୃଷି କ୍ଷେତ୍ରରେ ଅକ୍ଷୟ ଶକ୍ତିର ୧୦୦% ବ୍ୟବହାର ଲକ୍ଷ୍ୟ ହାସଲ କରିବ । ଏହାଦ୍ୱାରା ଭାରତର କୃଷି କ୍ଷେତ୍ର ଡିଜେଲରୁ ମୁକ୍ତ ହୋଇଯିବ ।’

ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟଗୁଡିକ ଅନେକ ଯୋଜନାଗୁଡ଼ିକୁ ବିକସିତ କରିବା ଉଚିତ୍ । ଆମେ ଏକ ନୂଆ ଓ ଆଧୁନିକ ଭାରତ ପାଇଁ କାମ କରୁଛୁ । ଯାହା ଆଧୁନିକ ବିଦ୍ୟୁତ୍ ବ୍ୟବସ୍ଥା ବିନା ହୋଇପାରିବ ନାହିଁ । ଏହା ହାସଲ କରିବା ପାଇଁ ଆମେ ସମସ୍ତ ରାଜ୍ୟ ଏବଂ ୟୁନିଅନ୍ ଅଞ୍ଚଳ ସହିତ କାର୍ଯ୍ୟ କରିବାକୁ ଆଗ୍ରହୀ ।’

ଭାରତର ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ର:- ଏକ ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତର ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ପ୍ରାୟ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି କରିବାର କ୍ଷମତା ରହିଛି । ଏହି କ୍ଷେତ୍ରର ଅଧିକାଂଶ ଚାକିରି କ୍ଷୁଦ୍ର ମାପର ଅକ୍ଷୟ ଶକ୍ତି ପ୍ରକଳ୍ପରୁ ସୃଷ୍ଟି ହେବ । ୨୦୨୦-୨୧ ଆର୍ଥିକ ବର୍ଷରେ, ଅଧିକାଂଶ ନୂଆ କର୍ମଚାରୀ ରୁଫଟପ ସୋଲାର ବର୍ଗରେ କାର୍ଯ୍ୟ କରୁଥିଲେ । ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ଏହି କ୍ଷେତ୍ରର କ୍ଷମତା ବର୍ଷକୁ ନଅ ପ୍ରତିଶତ ବୃଦ୍ଧି ପାଇଛି ।

Get real time updates directly on you device, subscribe now.