fbpx

ସରିଗଲା ନିର୍ବାଚନ: ମାର୍ଚ୍ଚ ୩୧ ରୁ ବନ୍ଦ ହୋଇଯିବ ମାଗଣା ରାସନ!

ନୂଆଦିଲ୍ଲୀ: ଜନ କଲ୍ୟାଣମୂଳକ ଯୋଜନା ଆଳରେ ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ଗୋଆ ଏବଂ ମଣିପୁରରେ ବିଜେପି କ୍ଷମତାକୁ ଫେରିବା ପରେ କେନ୍ଦ୍ରରେ ମୋଦୀ ସରକାର ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବା ଜାରି ରଖିବେ କି ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି। ଏହି ମାଗଣା ରାସନ ବଣ୍ଟନ ଆଗକୁ ଜାରି ରହିବ କି ନାହିଁ? ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିଏୱାଇ)ର ବର୍ତ୍ତମାନର ପର୍ୟ୍ୟାୟ ମାର୍ଚ୍ଚ ୩୧ ରେ ଶେଷ ହେବାକୁ ଯାଉଛି ।

ସୂଚନାନୁସାରେ, ବୁଧବାର ଦିନ ମୋଦୀ କ୍ୟାବିନେଟର ବୈଠକରେ ଅତିରିକ୍ତ ଗହମ ଏବଂ ଚାଉଳ କ୍ରୟ ଏବଂ ସଂରକ୍ଷଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବିଶ୍ୱାସ କରାଯାଏ, ଏହି ଋତୁରେ ନୂତନ କ୍ରୟ ପାଇଁ ଗୋଦାମରେ ଅଧିକ ସ୍ଥାନ ଖାଲି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଏଥିପାଇଁ ଅତିରିକ୍ତ ଷ୍ଟକ୍ ରପ୍ତାନି ସହିତ ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି ।

ଆସନ୍ତା ମାସରୁ ସରକାର ଚାଷୀଙ୍କ ଠାରୁ ଶସ୍ୟ କିଣିବେ । ଏଫସିଆଇ ପାଖରେ ପାଖାପାଖି ୫୨୦ ଲକ୍ଷ ଟନ୍ ଖାଦ୍ୟାୟାନ୍ନର ଭଣ୍ଡାର ରହିଛି । ଯେଉଁଥିରେ ପ୍ରାୟ ୨୪୦ ଲକ୍ଷ ଟନ୍ ଗହମ ଓ ଶେଷ ୨୮୦ ଲକ୍ଷ ଟନ୍ ଚାଉଳ ସାମିଲ ରହିଛି । ଆଉ ଯଦି କେନ୍ଦ୍ର ସରକାର ମାଗଣା ରାସନ ବଣ୍ଟନ ଯୋଜନାକୁ ବନ୍ଦ କରୁଛନ୍ତି ତାହେଲେ ଖାଦ୍ୟାନ୍ନରେ ଅଭାବ ଭଳି ସ୍ଥିତି ଉପୁଜିବ ନାହିଁ ।

ସୂଚନାଯୋଗ୍ୟ, ନିର୍ବାଚନର ଠିକ୍ ପୂର୍ବରୁ କୋଭିଡ୍ ରିଲିଫ୍ ପ୍ୟାକେଜ୍ ର ଅଂଶ ରୂପରେ ୬ ହଜାର କୋଟିର କେନ୍ଦ୍ରୀୟ ସବ୍ ସିଡି ସହିତ ୨୧ ଲକ୍ଷ ଟନ୍ ଗହମ ଓ ଚାଉଳ ଉତ୍ତର ପ୍ରଦେଶରେ ଡିସେମ୍ବର ୨୦୨୧ ଓ ଫେବୃଆରୀ ୨୦୨୨ ମଧ୍ୟରେ ମାଗଣାରେ ବଣ୍ଟନ କରାଯାଇଥିଲା । ଏହି ଯୋଜନା ଅଧୀନରେ ଗରିବ ଲୋକମାନଙ୍କୁ ପ୍ରତି ମାସରେ ୫ କିଲୋ ମାଗଣା ଶସ୍ୟ ଦେଉଛନ୍ତି ।

Get real time updates directly on you device, subscribe now.