fbpx
BJD SKY
BJD SKY

ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କଲେ ମୁଖ୍ୟ ଶାସନ ସଚିବ: ଜାଣନ୍ତୁ କେବେଠୁ ଆରମ୍ଭ?

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମାଟ୍ରିକ୍ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆସନ୍ତା ଏପ୍ରିଲ ୨୯ରୁ ମେ’ ମଧ୍ୟରେ ମାଟ୍ରିକ ପରୀକ୍ଷା ହେବ । ମାଟ୍ରିକ ପରୀକ୍ଷା କିପରି ହେବ, ସେନେଇ ମୁଖ୍ୟ ଶାସନ ସଚିବ ଆଜି ଘୋଷଣା କରିଛନ୍ତି । ଆସନ୍ତାଆୟୋଜିତ ପ୍ରେସମିଟରେ ସେ କହିଛନ୍ତି ଯେ, ‘ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା -୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ । ଅଫଲାଇନ ମୋଡରେ ପରୀକ୍ଷା ହେବ । ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ । ନିଜ ସ୍କୁଲରେ ନହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ । ୩ଟି ପଦ୍ଧତିରେ ମାଧ୍ୟମିକ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ ।’

ପ୍ରଥମ ପଦ୍ଧତି- ସମ୍ମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ ଓ ୨ ୟ ପଦ୍ଧତିରେ ସମ୍ମେଟିଭ-୨ର ମାର୍କ ୨ ଗୁଣ କରି ହିସାବ କରାଯିବ । ୩ ୟ ପଦ୍ଧତି ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମ୍ମେଟିଭ ୧ରୁ ୩୦% ଓ ସମ୍ମେଟିଭ-୨ରୁ ୫୦% ନିଆଯାଇ ମାର୍କିଂ କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି । ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ସର୍ବାଧିକ ନମ୍ବର ରଖିବେ, ସେଇଟି ଚୂଡ଼ାନ୍ତ ହେବ । ଦିନକୁ ୨ଟି ପରୀକ୍ଷା ବଦଳରେ ଗୋଟିଏ ବିଷୟରେ ପରୀକ୍ଷା ହେବ । ସକାଳ ୮ଟାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ମୁଖ୍ୟ ସଚିବ କହିଛନ୍ତି ।

Get real time updates directly on you device, subscribe now.