fbpx

ଆଜି ପୁଣି ବଢ଼ିଲା ସୁନା ଦର, ୭୦ ହଜାର ପାର୍ କଲା ରୁପା; କିଣିବା ପୂର୍ବରୁ ଜାଣିନିଅନ୍ତୁ ରେଟ୍

ନୂଆଦିଲ୍ଲୀ: ଗୋଟିଏ ଦିନର ଆଶ୍ୱସ୍ତି ପରେ ଆଜି ପୁଣି ବଢ଼ିଲା ସୁନା ଓ ରୁପା ଦର । ପୁଣି ଥରେ ରୁପା ମୂଲ୍ୟ ୭୦ ହଜାର ପାର୍ କରିଛି । ଯଦି ଆପଣ ସୁନା କିଣିବାକୁ ଯାଉଛନ୍ତି ତାହେଲେ ପୂର୍ବରୁ ହିଁ ସୁନା ଓ ରୁପାର ମୂଲ୍ୟ ଜାଣି ନିଅନ୍ତୁ । ସୁନାର ମୂଲ୍ୟ ଆଜି ୦.୭୭ ପ୍ରତିଶତ ବୃଦ୍ଧି ପାଇଛି । ଏହାର ଦାମ୍ ବୃଦ୍ଧି ପାଇ ୫୩ହଜାର ୧୫୦ ଟଙ୍କା ହୋଇଯାଇଛି ।

ସୁନା ସହିତ ରୁପାର ମୂଲ୍ୟ ୧.୧୭ ପ୍ରତିଶତ ବଢ଼ି କିଲୋଗ୍ରାମ ପିଛା ୭୦,୩୯୦ ଟଙ୍କା ହୋଇଯାଇଛି । ସୂଚନାଯୋଗ୍ୟ ଯେ, ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ କାରଣରୁ ଅଶୋଧିତ ତୈଳ ଦର ସହିତ ଧାତୁର ମୂଲ୍ୟ ବି ବୃଦ୍ଧି ପାଇଛି ।

ଅଳଙ୍କାର ତିଆରି ପାଇଁ ପ୍ରାୟତ ୨୨ କ୍ୟାରେଟ୍ ବ୍ୟବହୃତ ହୁଏ । କିଛି ଲୋକ ୧୮ କ୍ୟାରେଟ୍ ସୁନା ମଧ୍ୟ ବ୍ୟବହାର କରନ୍ତି । ଅଳଙ୍କାରରେ କ୍ୟାରେଟ୍ ଅନୁଯାୟୀ ହଲ୍ ମାର୍କ ତିଆରି ହୋଇଥାଏ । ୨୪ କ୍ୟାରେଟ୍ ସୁନାରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୫୮, ୨୨ କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖା ହୋଇଥାଏ ।

Get real time updates directly on you device, subscribe now.