fbpx
BJD SKY
BJD SKY

ଘର ବା ଦୋକାନ ବାହାରେ କାହିଁକି ଝୁଲାଯାଏ ଲେମ୍ବୁ-ଲଙ୍କା? ଜାଣନ୍ତୁ ଏହା ପଛର ବିଜ୍ଞାନ

BJD

ନୂଆଦିଲ୍ଲୀ: ଦୋକାନ ବା ଘର ବାହାରେ ଝୁଲାଯାଇଥିବା ଲେମ୍ବୁ-ଲଙ୍କାକୁ ତ ଆପଣମାନେ ଅନେକ ଦେଖିଥିବେ । କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ମାନୁଥିବା ବେଳେ ଆଉ କିଛି ଲୋକେ ଏହି ପ୍ରଥାକୁ ନିଜର ବିକାଶ ଓ ସମସ୍ୟାରୁ ମୁକ୍ତି ପାଇବାକୁ ଝୁଲାଇଥାନ୍ତି । ଆଉ କେତେକ ଲୋକ ଖରାପ ଶକ୍ତିରୁ ବଞ୍ଚିବା ପାଇଁ ଦୋକାନ ଓ ନୂଆ ଘର ଆଗରେ ଲେମ୍ବୁ-ଲଙ୍କା ବାନ୍ଧିଥାନ୍ତି ।

କୁହାଯାଏ କି, ଏପରି କରିବା ଦ୍ୱାରା ଖରାପ ଶକ୍ତି ଦୂରେଇ ଯାଏ । ଲେମ୍ବୁର ଖଟ୍ଟପଣ ଓ ଲଙ୍କା ରାଗପଣ ଖରାପ ନଜରର ପ୍ରଭାବକୁ କମ୍ କରିଥାଏ । କିନ୍ତୁ ଆପଣ ଏହାର ପଛର ବିଜ୍ଞାନ ବିଷୟରେ ଜାଣନ୍ତି କି? ତେବେ ଆସନ୍ତୁ ଜାଣିବା…

ଲେମ୍ବୁ-ଲଙ୍କାକୁ କବାଟ ଆଗରେ ଝୁଲାଇବା ପଛରରେ ବି ବିଜ୍ଞାନ ରହିଛି । ଯେବେ ଆମେ ଲଙ୍କା, ଲେମ୍ବୁ ଭଳି ଜିନିଷ ଦେଖୁ, ତେବେ ତାହାର ସ୍ୱାଦ ଆମେ ମନରେ ଅନୁଭବ କରିଥାଉ । ଏହି କାରଣ ଯୋଗୁଁ ଆମେ ଅଧିକ ସମୟ ପର୍ଯ୍ୟନ୍ତ ତାହାକୁ ଦେଖିନଥାଉ ଓ ସଙ୍ଗେ ସଙ୍ଗେ ସେଠାରୁ ଧ୍ୟାନ ହଟାଇ ଦେଉ ।

ଏହା ବ୍ୟତୀତ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ, ଉଭୟ ଲେମ୍ବୁ ଓ ଲଙ୍କା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖାଗଲେ, ଲେମ୍ବୁ ଅତ୍ୟଧିକ ଖଟା ଓ ଲଙ୍କା ଅତ୍ୟଧିକ ରାଗ ହୋଇଥାଏ । ଯେତେବେଳେ ଏହା ପ୍ରବେଶ ପଥରେ ଥାଏ, ସେତେବେଳେ ଏହାର ଗନ୍ଧରେ ମାଛି, ମଶା, କୀଟ-ପତଙ୍ଗ ଘର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ । ଏହା ବାତାବରଣକୁ ଶୁଦ୍ଧ କରିବା ସହ ଆମ ସ୍ୱାସ୍ଥ୍ୟକୁ ବି ରକ୍ଷା କରିଥାଏ ।

ବାସ୍ତୁଶାସ୍ତ୍ରରେ ମହତ୍ତ୍ୱ:-
ଲେମ୍ବୁ ଲଙ୍କାରେ କୀଟନାଶକ ଗୁଣ ରହିଛି, ଯାହାକୁ ଝୁଲାଇ ରଖିବା ଦ୍ୱାରା ପରିବେଶକୁ ଶୁଦ୍ଧ ରଖେ । ଯେଉଁଠାରେ ଲେମ୍ବୁ ଗଛ ରହିଛି, ତାହାର ଚତୁର୍ଦ୍ଦିଗ ରେ ଥିବା ସ୍ଥାନଗୁଡ଼ିକ ସମ୍ପୂର୍ଣ୍ଣ ଶୁଦ୍ଧ ରହିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ, ଯେଉଁ ଘରେ ଲେମ୍ବୁ ଘଛ ରହିଛି, ସେହି ଘରକୁ ସମ୍ପୂର୍ଣ୍ଣ ଶୁଦ୍ଧ ଭାବେ ବିବବେଚନା କରାଯାଏ । ନକାରାତ୍ମକ ଶକ୍ତିକୁ ନଷ୍ଟ କରିବା ସହ ସକରାତ୍ମକ ଶକ୍ତି ସୃଷ୍ଟି କରିବାର କ୍ଷମତା ଲେମ୍ବୁ ପାଖରେ ଅଛି ।

Get real time updates directly on you device, subscribe now.