fbpx

ୟୁପି ପରେ ଗୁଜୁରାଟର ପ୍ରସ୍ତୁତି! ୨ ଦିନିଆ ଗସ୍ତରେ ମୋଦୀ, ଅହମଦାବାଦ୍ ରୋଡ୍ ଶୋ’ରେ ୪ ଲକ୍ଷ ଲୋକ

ଅହମଦାବାଦ୍: ୪ଟି ରାଜ୍ୟରେ ଐତିହାସିକ ବିଜୟ ପରେ ଏବେ ସମସ୍ତଙ୍କ ନଜର ଗୁଜୁରାଟ ଉପରେ ରହିଛି । ଏଠାରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସାହାସ ବଢ଼ାଇବା ପାଇଁ ଆଜି ଠାରୁ ଦୁଇ ଦିନିଆ ଗସ୍ତରେ ଗୁଜୁରାଟ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅହମଦାବାଦ୍ ରେ ଏକ ରୋଡ୍ ଶୋ’ କରିଛନ୍ତି ଯେଉଁଥିରେ ୪ ଲକ୍ଷ ଲୋକ ଯୋଗଦେବେ ବୋଲି ଜଣାପଡ଼ିଛି । ଏହା ସହିତ ପଞ୍ଚାୟତୀ ରାଜ ସଂସ୍ଥାର ଏକ ଲକ୍ଷରୁ ଅଧିକ ନିର୍ବାଚିତ ପ୍ରତିନିଧିଙ୍କର ଏକ ରାଲିକୁ ସମ୍ବୋଧନ ମଧ୍ୟ କରିବେ ।

ନିଜର ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦ୍ ରେ ଏକ ଖେଳ ମହାକୁମ୍ବର ଉଦଘାଟନ ମଧ୍ୟ କରିବେ ଓ ଗାନ୍ଧୀନଗର ଜିଲ୍ଲାରେ ସ୍ଥିତ ଜାତୀୟ ରକ୍ଷା ବିଶ୍ୱବିଦ୍ୟାଳୟରେ ମୁଖ୍ୟ ଅତିଥି ରୂପେ ସମ୍ବୋଧିତ ମଧ୍ୟ କରିବେ । ସେ ଆଜି ବିଜେପି ମୁଖ୍ୟାଳୟ ପର୍ଯ୍ୟନ୍ତ ରୋଡ୍ ଶୋ କରିବେ ବୋଲି ଜଣାପଡ଼ିଛି । ଏହି ସମୟରେ ଭିନ୍ନ ଭିନ୍ନ ଏନଜିଓ, ସଂଗଠନ, ବିଜେପି କାର୍ଯ୍ୟକର୍ତ୍ତା ଓ ମୋଦୀଙ୍କର ଶୁଭଚିନ୍ତକ ମାନେ ଉପସ୍ଥିତ ରହିବେ ।

Get real time updates directly on you device, subscribe now.