fbpx
BSKY
BJD MC SKY
BJD YOUTH SKY

(Video) ଚଳନ୍ତା ଟ୍ରେନ ଆଗକୁ ଫିଙ୍ଗିଦେଲେ LPG ଗ୍ୟାସ ସିଲିଣ୍ଡର, ଆଉ ତା’ ପରେ…

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରେ ବିଭିନ୍ନ ସ୍ଥାନରୁ ଟ୍ରେନ ଦୁର୍ଘଟଣା ଏବଂ ଟ୍ରେନ ସହ ଜଡିତ ବିଭିନ୍ନ ଘଟଣା ସାମନାକୁ ଆସୁଛି । ଏବେ ଉତ୍ତରାଖଣ୍ଡର ହଲ୍ଦୱାନୀ ସହରରୁ ମଧ୍ୟ ସେହିଭଳି ଏକ ଘଟଣା ସାମନାକୁ ଆସିଛି । ହଲ୍ଦୱାନୀ ଷ୍ଟେସନ ନିକଟରେ କେହି ଜଣେ ବ୍ୟକ୍ତି ଟ୍ରେନକୁ ବିପଦରେ ପକାଇ ଦେଇଥିଲେ । ଚଳନ୍ତା ଟ୍ରେନ ଆଗକୁ ଏକ ଗ୍ୟାସ ସିଲିଣ୍ଡର ଫିଙ୍ଗି ଦେଇଥିଲେ କେହି ଅମାନୁଷିକ ବ୍ୟକ୍ତି । ତେବେ ଏଭଳି ଏକ କାଣ୍ଡ କିଏ ଏବଂ କାହିଁକି ଘଟାଇଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଟ୍ରେନ ଚକ ତଳେ ଗ୍ୟାସ ସିଲିଣ୍ଡର ଥିବା ଜାଣି ଯାତ୍ରୀମାନେ ଭୟଭୀତ ହୋଇ ପଡିଛନ୍ତି ।

ସୂଚନା ଅନୁସାରେ, ଟ୍ରେନ ଚାଲୁଥିବା ଅବସ୍ଥାରେ ଗ୍ୟାସ ସିଲିଣ୍ଡରଟି ତଳେ ପଡିଥିବାରୁ ହଠାତ ଏହାକୁ ରୋକିବା ସମ୍ଭବ ହୋଇ ପାରିନଥିଲା । ତେଣୁ ଟ୍ରେନ ଗ୍ୟାସ ସିଲିଣ୍ଡର ଉପରେ ଚଢି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ଗ୍ୟାସ ସିଲଣ୍ଡରଟି ଟ୍ରେନ ଚକ ତଳେ ଚାପି ହୋଇ ନଷ୍ଟ ହୋଇ ଯାଇଛି । ତେବେ ଏହା ଜାଣିପାରିବା ପରେ ଗାଡି ଡ୍ରାଇଭର ଟ୍ରେନକୁ ରୋକିଥିଲେ । ଏବଂ ଏହାପରେ କିଛି ଲୋକ ଟ୍ରାକରୁ ଗ୍ୟାସ ସିଲିଣ୍ଡରକୁ ଉଦ୍ଧାର କରି ବାହାରକୁ ଆଣିଛନ୍ତି । ତେବେ ଏଭଳି କାଣ୍ଡ ପରେ ମଧ୍ୟ ସୌଭାଗ୍ୟ ବଶତଃ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ । ସୁରକ୍ଷିତ ଭାବରେ ଟ୍ରେନ ତଳୁ ସିଲିଣ୍ଡରକୁ ବାହାର କରିବାରେ ସଫଳ ହୋଇଛନ୍ତି ସ୍ଥାନୀୟ ଲୋକେ ଏବଂ ପ୍ରଶାସନ । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.