fbpx
BSKY
BJD MC SKY
BJD YOUTH SKY

ନବଜାତ ଶିଶୁକନ୍ୟାକୁ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବାପା ଗିରଫ

ଭୁବନେଶ୍ୱର: ନିଜ ନବଜାତ ଶିଶୁକନ୍ୟାକୁ ହତ୍ୟା କରିବାକୁ ଉଦ୍ୟମ ଅଭିଯୋଗରେ ଆଜି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ମାନସ କର । ତେବେ ଏପରି କରିବା ସମୟରେ ବାଦା ଦେବାରୁ ମାନସ ତାଙ୍କ ଶାଶୁ ଏବଂ ଶ୍ୱଶୁରଙ୍କୁ ମଧ୍ୟ ଲୁହା ରଡରେ ଆକ୍ରମଣ କରିଥିଲେ ।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାର ବାଲିଆପଡା ଗାଁର ମାନସ ବାଙ୍କିର ନିତ୍ୟାନନ୍ଦ କରଙ୍କ ବଡ ଝିଅଙ୍କୁ ପ୍ରାୟ ୧୦ ବର୍ଷ ପୂର୍ବେ ବିବାହ କରିଥିଲେ। ସେମାନଙ୍କର ଏକ ଆଠ ବର୍ଷର ପୁଅ ମଧ୍ୟ ଅଛି । ତେବେ ଦ୍ୱିତୀୟ ସନ୍ତାନର ପ୍ରସବ ପାଇଁ ମାନସଙ୍କ ପତ୍ନୀ ବାଙ୍କିରେ ତାଙ୍କ ପିତାମାତାଙ୍କ ପାଖକୁ ଚାଲିଆସିଥିଲେ । ତେବେ ମାନସଙ୍କ ସ୍ତ୍ରୀଙ୍କର ଦ୍ୱିତୀୟ ପ୍ରସବରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ମାନସ ଏକ ପୁତ୍ର ସନ୍ତାନ ଚାହୁଁଥିବାରୁ ଝିଅ ହେବାପରେ ସେ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏହି ଅସନ୍ତୋଷକୁ କେନ୍ଦ୍ର କରି ମାନସ ଶ୍ୱଶୂରଙ୍କ ଘରେ ପହଞ୍ଚି ପ୍ରଥମେ ପତ୍ନୀଙ୍କୁ କନ୍ୟା ସନ୍ତାନ ଜନ୍ମ ଦେବା ନେଇ ଦୋଷାରୋପ କରିଥିଲେ । ପରେ ନବଜାତ ଶିଶୁକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଶାଶୁ ଏବଂ ଶ୍ୱଶୁର ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ମାନସ ତାଙ୍କୁ ଆକ୍ରମଣ କରିଥିଲେ ।

ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମାନସଙ୍କୁ ଅଟକାଇଥିଲେ। ଗାଁ ଲୋକେ ମିଶି ମାନସଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଆହତ ଆହତ ଶାଶୂ ଶ୍ୱଶୂରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି। ତେବେ ସେମାନଙ୍କ ଅବସ୍ଥା ଏବେ ଗୁରୁତର ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.