fbpx
BSKY
BJD SHG SKY
BJD YOUTH SKY

(Video) ଜାତୀୟ ପତାକାକୁ ଅସମ୍ମାନ: ତ୍ରିରଙ୍ଗାରେ ସ୍କୁଟି ସଫା କରୁଥିଲା ବ୍ୟକ୍ତି , ବାନ୍ଧିନେଲା ପୋଲିସ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହର ଘର ତ୍ରିରଙ୍ଗା’ ଅଭିଯାନ କରିଥିବା ବେଳେ ସମସ୍ତଙ୍କ ଘରେ ଉଡ଼ିଥିଲା ଜାତୀୟ ପତାକା । କିନ୍ତୁ ଏହାରି ମଧ୍ୟରେ ଜଣେ ବ୍ୟକ୍ତି ତ୍ରିରଙ୍ଗାକୁ ଅସମ୍ମାନ କରିଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ୫୨ ବର୍ଷୀୟ ଜଣେ ବ୍ୟକ୍ତି ନିଜ ସ୍କୁଟରକୁ ସଫା କରିବା ପାଇଁ ତ୍ରିରଙ୍ଗାକୁ ବ୍ୟବହାର କରୁଥିବା ନଜର ଆସିଛି । ପୋଲିସ ବୁଧବାର ଦିନ ଏହାର ସୂଚନା ଦେଇଛି । ଏଭଳି ଘଟଣା ଦସିଲ୍ଲୀର ଭଜନପୁର ଅଞ୍ଚଳରେ ଘଟିଛି । ବ୍ୟକ୍ତି ଜଣକ ଉତ୍ତରୀ ଗୋଣ୍ଡା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି ।

ଏହି ଭିଡିଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ରେକର୍ଡ କରାଯାଇଛି, ଯାହାପରେ ମାମଲା ସାମ୍ନାକୁ ଆସିଛି । ଭିଡିଓରେ ବ୍ୟକ୍ତି ନିଜ ସ୍କୁଟିକୁ ତ୍ରିରଙ୍ଗାରେ ସଫା କରିବା ସହ ଧୂଳି ଝାଡୁଥିବା ଦେଖିବାକୁ ମିଳିଛି । ପ୍ରଥମେ ସିଟକୁ ସଫା କରିବା ପରେ ମିରର ଓ ଅନ୍ୟ ସ୍ଥାନଗୁଡ଼ିକୁ ସଫା କରିଥିଲେ ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସିଛି ଦିଲ୍ଲୀ ପୋଲିସ । ୧୯୭୧ର ଧାରା ୨ ଅଧିନରେ ଭଜନପୁର ପୋଲିସ ବ୍ୟକ୍ତିଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Get real time updates directly on you device, subscribe now.