fbpx
BJD SKY
BJD SKY

ରୁଟି ତିଆରିରେ ବ୍ୟବହାର କରୁଥିଲେ ଛେପ! ଜଣାପଡ଼ିବା ପରେ ହେଲା ଏମିତି, ଦେଖନ୍ତୁ ଭାଇରାଲ ଭିଡିଓ

BJD

ବାହାଘର ଭୋଜି କିମ୍ବା ପାର୍ଟର୍ିରେ ଖାଇବାକୁ କିଏ ବା ପସନ୍ଦ ନକରେ । ଭୋଜିରେ ପହଂଚୁ ପହଂଚୁ ଏତେ ପ୍ରକାରର ଆଇଟମ ରହିଥାଏ ଯେ, କ’ଣ ଖାଇବା ଟିକେ ଦ୍ୱନ୍ଦରେ ପଡ଼ିଯାନ୍ତି, ପସନ୍ଦର ଖାଇବା ଯାଗାରେ ଭିଡ଼ ମଧ୍ୟ ଲାଗିଯାଇଥାଏ । କିନ୍ତୁ କେବେ ଖାଇବା ବେଳେ ଏହା ଭାବିନଥାଉ ଏହା କେତେ ସ୍ୱାସ୍ଥ୍ୟକର । ଖୁସିରେ ଖାଇବା ପୂର୍ବରୁ ଟିକେ ସାବଧାନ ହୋଇଯାଆନ୍ତୁ । ଏମିତି ଏକ ପାର୍ଟିରେ ରୋଷେଇ ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣ ଖାଇବା ପୂର୍ବରୁ ଥରେ ଭାବିବାକୁ ବାଧ୍ୟ ହେବେ । କାରଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ । ଟିକେ ଭଲ କରି ଦେଖନ୍ତୁ ଏହି ଭିଡିଓକୁ କିଭଳି ଏହି ରୋଷେୟା ଜଣଙ୍କ ତନ୍ଦୁର ରୋଟି ପ୍ରସ୍ତୁତ କରୁଛନ୍ତି ନଜର ପକାନ୍ତୁ । ଭୋଜିରେ ଲୋକେ ତନ୍ଦୁର ରୋଟି ଖାଇବାକୁ ଅପେକ୍ଷା କରିଛନ୍ତି, ଆଉ ଏ ବାବୁ ଜଣଙ୍କ କିଭଳି ରୁଟି କରୁଛନ୍ତିି । ଆଜ୍ଞା ହଁ, ଏ ମହାଶୟ ଜଣକ ରୁଟିରେ ଛେପ ପକାଇ ତାକୁ ତନ୍ଦୁର ଭାଟିରେ ରଖୁଛନ୍ତି । ଦେଖନ୍ତୁ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ବ୍ୟକ୍ତି ଜଣଙ୍କ ଛେପ ପକାଇ ରୁଟି ପ୍ରସ୍ତୁତ କରୁଛନ୍ତି । ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏଭଳି ଦୃଶ୍ୟକୁ ଦେଖି ।

ଏହି ଭିଡିଓକୁ କେହି ଜଣେ ରେକର୍ଡ କରିବା ପରେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ପୋଲିସ ଏହାକୁ ଜାଣିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ସୂଚନା ଥାଉକି, ଏହି ମାମଲା ଉତ୍ତରପ୍ରଦେଶର ମେରଟ କାନକାର୍କେଡା ଅଞ୍ଚଳର । ଏଠାରେ ଜଣଙ୍କର ନିର୍ବନ୍ଧ ଭୋଜି ଚାଲିଥିଲା । ଯେଉଁଥିରେ ନୌଶାଦ ନାମକ ଜଣେ କାରୀଗରଙ୍କୁ ରୁଟି ତିଆରି କରିବାକୁ ଡକାଯାଇଥିଲା । ଏହା ପରେ କିଛି ଲୋକ ନୌଶାଦଙ୍କୁ ରୁଟିରେ ଛେପ ପକାଉଥିବାର ଦେଖିଥିଲେ । ପରେ ଏହାକୁ ଭିଡିଓ କରିଥିଲେ । ଭିଡିଓଟି ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିଲା । ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ମେରଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଭିଯୁକ୍ତ ନୌଶାଦଙ୍କୁ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

 

Get real time updates directly on you device, subscribe now.