fbpx

ଏଣିକି ପାଣିରେ ଚାଲିବ ଗାଡ଼ି, ସରିଲା ପେଟ୍ରୋଲ ଆଉ ଡିଜେଲ ଯୁଗ, ଘୋଷଣା କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ: ଖୁବଶୀଘ୍ର ପେଟ୍ରୋଲ ଓ ଡିଜେଲ ଯୁଗ ସରିବାକୁ ଯାଉଛି । ଜନସାଧାରଣଙ୍କୁ ଆଉ ତୈଳ ଦର ବୃଦ୍ଧି ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ । ପେଟ୍ରୋଲ ଓ ଡିଜେଲର ବିକଳ୍ପ ଭାବେ ବର୍ତ୍ତମାନ ପାଣିର ବ୍ୟବହାର କରାଯିବ । ଫଳରେ ସାଧାରଣ ଜନତାଙ୍କ ଦୁଃଖ ଲାଘବ ପାରିବ । ଏପରି ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ।

ସୂଚନା ମୁତାବକ, ଖୁବଶୀଘ୍ର ହାଇଡ୍ରୋଜେନ ଚାଳିତ କାର ବଜାରକୁ ଆସିବ । ଏବେ ଗ୍ରୀନ ହାଇଡ୍ରୋଜେନର ସମୟ ଆସିଯାଇଛି । ଅର୍ଥାତ ପାଣିରୁ ହାଇଡ୍ରୋଜେନ ଓ ଅକ୍ସିଜେନକୁ ଅଲଗା କରାଯିବ । ଏହା ବିଶ୍ୱାସ ନହେଲେ ବି ସତ୍ୟ ହେବାକୁ ଯାଉଛି । ଏଥିପାଇଁ ସେ ଭାରତୀୟ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି । ଏହି କାର ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ହୋଇଥିବା ବେଳେ ଦିଲ୍ଲୀ ରାସ୍ତାରେ ସେ କାର ନେଇ ବୁଲିବା ପରେ ଜନସାଧାରଣଙ୍କୁ ଏହା ବିଶ୍ୱାସ ହୋଇଯିବ । ଦେଶରେ ଗ୍ରୀନ ହାଇଡ୍ରୋଜେନର ବ୍ୟବହାର ନେଇ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି । ଦେଶର ମହାନଗରୀଗୁଡ଼ିକରୁ ଦୈନିକ ଲକ୍ଷ ଲକ୍ଷ କ୍ୱିସେକ ସ୍ୱେରେଜ୍ ପାଣି ବାହାରୁଛି । ଏହି ପାଣିକୁ ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରାଯାଇ ଏଥିରୁ ହାଇଡ୍ରୋଜେନକୁ ଅଲଗା କରାଯିବ । ପରବର୍ତ୍ତୀ ସମୟରେ ଉକ୍ତ ହାଇଡ୍ରୋଜେନକୁ ଇନ୍ଧନ ଭାବେ ବ୍ୟବହାର କରାଯିବ । ଏନେଇ ଫରିଦାବାଦରେ ଏକ ଅଏଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଲେ ଦେଶ ପ୍ରଦୂଷଣ ମୁକ୍ତ ପଥରେ ଆଗେଇ ଚାଲିବା ସହ ସମସ୍ତ ସହର ସ୍ୱଚ୍ଛ ରହି ପାରିବ ବୋଲି ଗଡନକୀ କହିଛନ୍ତି ।

Get real time updates directly on you device, subscribe now.