fbpx

ଶତକ ଆଡକୁ ଅଗ୍ରସର ସ୍ମୃତି ମନ୍ଧାନା; ଐତିହାସିକ ଟେଷ୍ଟରେ ଭାରତ ୧୪୪/୧

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଐତିହାସିକ ଦିବାରାତ୍ର ମହିଳା ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ । ଉଭୟ ଦଳ ମଧ୍ୟରେ ଖେଳାଯାଉଥିବା ଏହି ଏକମାତ୍ର ଟେଷ୍ଟର ପ୍ରଥମ ଦିନରେ ଶତକ ଆଡକୁ ଅଗ୍ରସର ହେଉଛନ୍ତି ଭାରତୀୟ ଓପ୍ନର ସ୍ମୃତି ମନ୍ଧାନା । ମନ୍ଧାନାଙ୍କ ଦ୍ରୁତ ଅର୍ଦ୍ଧଶତକ ଜରିଆରେ ବର୍ଷାବାଧାପ୍ରାପ୍ତ ପ୍ରଥମ ଦିନର ଚା ପାମନ ବିରତି ସୁଦ୍ଧା ଭାରତ ୧ ୱିକେଟ ବିନିମୟରେ ୧୩୨ ରନ ସଂଗ୍ରହ କରିଛି । ସ୍ମୃତି ମନ୍ଧାନା ଏହି ମ୍ୟାଚରେ ଶତକ ହାସଲ କଲେ ପ୍ରଥମ ଭାରତୀୟ ମହିଳା ଭାବରେ ଦିବାରାତ୍ର ଟେଷ୍ଟରେ ଶତକ ହାସଲର କୃତିତ୍ୱ ହାସଲ କରିବେ ।

ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ତେବେ ଦୁଇ ଓପ୍ନର ଶେଫାଳି ବର୍ମା ଏବଂ ସ୍ମୃତି ମନ୍ଧାନା ଭାରତକୁ ଏକ ଦୃଢ ପ୍ରାରମ୍ଭ ପ୍ରଦାନ କରିଥିଲେ । ପ୍ରଥମ ୱିକେଟରେ ଉଭୟ ଖେଳାଳି ୯୩ ରନ ସଂଗ୍ରହ କରିଥିଲେ । ଶେଫାଳି ରକ୍ଷଣାତ୍ମକ ଢଙ୍ଗରେ ବ୍ୟାଟିଂ କରୁଥିବା ବେଳେ ସ୍ମୃତି କିନ୍ତୁ ପଡିଆର ଚତୁର୍ଦିଗକୁ ଶଟ ମାନ ଖେଳିଥିଲେ । ଉଭୟ ଖେଳାଳି ଓଭର ପିଛା ୪ ରନରୁ ଅଧିକ ହାରରେ ରନ ସଂଗ୍ରହ କରିଥିଲେ । ଶେଫାଳି ୬୪ ବଲ୍ ଖେଳି ୪ ଚୌକା ସହିତ ୩୧ ରନ କରିଥିବା ବେଳେ ସ୍ମୃତି ୮୦ ରନ କରି ବ୍ୟାଟିଂ କରୁଛନ୍ତି । ୧୪୪ ବଲର ଏହି ଇନିଂସରେ ସ୍ମୃତି ୧୫ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି । ଚା ପାନ ବିରତ ବେଳକୁ ପୁନମ ରାଉତ(୧୬) ସ୍ମୃତିଙ୍କ ସହିତ ବ୍ୟାଟିଂ କରୁଥିଲେ । ପାର୍ଟ ଟାଇମର ସୋଫି ମୋଲିନକ୍ସ ଶେଫାଳିଙ୍କୁ ଆଉଟ କରି ସଫଳତା ହାସଲ କରିଥିଲେ ।

Get real time updates directly on you device, subscribe now.