fbpx

୮ ବର୍ଷରେ ଶେଷ ହେଲା ମଙ୍ଗଳଯାନର ଯାତ୍ରା: ବ୍ୟାଟେରୀ ସରିବା ପରେ ନେଲା ବିଦାୟ…

ନୂଆଦିଲ୍ଳୀ: ଭାରତର ମଙ୍ଗଳଯାନରେ ଇନ୍ଧନ ଶେଷ ହୋଇଛି ଏବଂ ଏହାର ବ୍ୟାଟେରୀ ନିଜ କ୍ଷମତା ଠାରୁ ଅଧିକ ଚାଲିବା ପରେ ଶେଷ ହୋଇଛି । ଏହାପରେ ଏବେ ଅନୁମାନ କରାଯାଉଛି ଯେ ମଙ୍ଗଳଯାନ ଏହାର କାର୍ଯ୍ୟ ଶେଷ କରିବାକୁ ଯାଉଛି । ପ୍ରାୟ ସାଢ଼େ ଚାରିଶହ କୋଟି ବ୍ୟୟ ଅଟକଳରେ ତିଆରି ହୋଇଥିବା ‘ମାର୍ସ ଅର୍ବିଟର ମିଶନ’ (MOM) ପାଞ୍ଚ ନଭେମ୍ବର ୨୦୧୩ ରେ PSLV-C25 ରୁ ପ୍ରକ୍ଷେପଣ କରାଯାଇଥିଲା ଏବଂ ବୈଜ୍ଞାନିକମାନେ ଏହି ଅନ୍ତରୀକ୍ଷ ଯାନକୁ ପ୍ରଥମ ପ୍ରୟାସରେ ୨୪ ସେପ୍ଟେମ୍ବର ୨୦୧୪ ରେ ସଫଳତାପୂର୍ବକ ମଙ୍ଗଳ କକ୍ଷପଥରେ ସ୍ଥାପିତ କରିଥିଲେ ।

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ISRO)ର ସୂତ୍ରରୁ ଜଣାପଡ଼ିଛି ଯେ ମଙ୍ଗଳଯାନରେ ଆଉ କୌଣସି ଇନ୍ଧନ ବଞ୍ଚିନାହିଁ । ସାଟେଲାଇଟର ବ୍ୟାଟେରୀ ଶେଷ ହୋଇଛି । ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅବଶ୍ୟ ଏନେଇ ଇସ୍ରୋ ପକ୍ଷରୁ କୌଣସି ଅଫିସିଆଲ ବୟାନ ଆସିନାହିଁ । ସୂତ୍ର ଅନୂଯାୟୀ, ନିକଟରେ ଗୋଟିଏ ପରେ ଗୋଟିଏ ଗ୍ରହଣ ଲାଗିଥିଲା । ଯେଉଁଥିରୁ ଗୋଟିଏ ଗ୍ରହଣ ସାଢ଼େ ସାତ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ।

ସୂତ୍ରରୁ ସୂଚନା ମିଳିଛି ଯେହେତୁ ଉପଗ୍ରହର ବ୍ୟାଟେରୀ କେବଳ ୧ ଘଣ୍ଟା ୪୦ ମିନିଟ୍ ର ଗ୍ରହଣ ଅବଧି ହିସାବରେ ଡିଜାଇନ କରାଯାଇଥିଲା । ଏଥିପାଇଁ ଲମ୍ବା ସମୟ ଧରି ଲାଗିଥିବା ଗ୍ରହଣ ଫଳରେ ବ୍ୟାଟେରୀ ଚାର୍ଜ ହୋଇପାରିନଥିଲା । ଆଉ ସମାପ୍ତ ହୋଇଯାଇଥିଲା । ଇସ୍ରୋର ଅଧିକାରୀ କହିଛନ୍ତି ଯେ ମାର୍ସ ଅର୍ବିଟର ଯାନ ପ୍ରାୟ ୮ ବର୍ଷ ପର୍ଯ୍ୟନ୍ତ କାମ କରିଥିଲା । ଯେତେବେଳେକି ଏହାକୁ ଛଅ ମାସ କ୍ଷମତା ହିସାବରେ ତିଆରି କରାଯାଇଥିଲା ।

ସୂଚନାଯୋଗ୍ୟ, ମଙ୍ଗଳଯାନକୁ ୨୦୧୩ ରେ PSLV-C25  ମାଧ୍ୟମରେ ଭାରତର ପ୍ରଥମ ଇଣ୍ଟରପ୍ଲାନେଟାରୀ ମିଶନ ଭାବରେ ଲଞ୍ଚ କରାଯାଇଥିଲା । ଯେଉଁଥିରେ ଇସ୍ରୋ ପୃଥିବୀ କକ୍ଷରୁ ବାହାରେ ଏହିଭଳି ମିଶନ ଲଞ୍ଚ କରିବାରେ ବିଶ୍ୱରେ ଚତୁର୍ଥ ଅନ୍ତରୀକ୍ଷ ଏଜେନ୍ସୀ ହୋଇଥିଲା । କେବଳ ୪୫୦ କୋଟିରେ ହୋଇଥିବା ଏହି ମିଶନ ଏପର୍ଯ୍ୟନ୍ତର ସବୁଠୁ ସୁଲଭ ଇଣ୍ଟରପ୍ଲାନେଟାରୀ ମିଶନ ମଧ୍ୟରୁ ଗୋଟିଏ ।

Get real time updates directly on you device, subscribe now.