fbpx

କାହିଁକି କରାଯାଏ ମଙ୍ଗଳା ଗୌରୀ ବ୍ରତ? ଜାଣନ୍ତୁ ଜୁଲାଇରେ କେବେ ପଡୁଛି ଏବଂ କିପରି କରିବେ ପୂଜା

ଓଡ଼ିଶା ଭାସ୍କର: ଆଜିଠାରୁ ଶ୍ରାବଣ ମାସର ପ୍ରଥମ ସୋମବାର ଆରମ୍ଭ ହୋଇସାରିଛି । ଏହି ମାସ ଶିବ ଏବଂ ମାଆ ପାର୍ବତୀଙ୍କୁ ଆରାଧନା ପାଇଁ ଏହି ସମୟ ଶୁଭ ବୋଲି ବିଶ୍ୱାସ କରାଯାଏ । ଶ୍ରାବଣ ଚର୍ତୁମାସର ପ୍ରଥମ ମାସ ଅଟେ, ଶ୍ରୀହରି ନିଦ୍ରାରେ ଯିବା ପରେ ଶିବ ସୃଷ୍ଟିର ସଂଚାଳନ କରନ୍ତି ।

ଶ୍ରାବଣ ମାସ ସୋମବାର ଶିବଙ୍କର, ସେହିପରି ମଙ୍ଗଳବାର ମାଆ ପାର୍ବତୀଙ୍କୁ ପୂଜା କରାଯାଏ । ଶ୍ରାବଣର ପ୍ରତି ମଙ୍ଗଳବାର ଦିନ ମଙ୍ଗଳା ଗୌରୀ ବ୍ରତ କରାଯାଇଥାଏ । ମଙ୍ଗଳା ଗୌରୀ ବ୍ରତ ୨୩ ଜୁଲାଇ ୨୦୨୪ରେ କରାଯିବ । ୨୦୨୪ରେ ୪ଟି ମଙ୍ଗଳା ଗୌରୀ ବ୍ରତ କରାଯିବ । ଆସନ୍ତୁ ଜାଣିବା ଏହି ବ୍ରତର ମାହାତ୍ମ୍ୟ ବିଷୟରେ..

ମଙ୍ଗଳା ଗୌରୀ ମାଆ ପାର୍ବତୀଙ୍କ ଏକ ରୂପ । ମାଆଙ୍କର ମଙ୍ଗଳା ସ୍ୱରୂପକୁ ମଙ୍ଗଳା ଗୌରୀ କୁହାଯାଏ । ଦେବୀ ମଙ୍ଗଳା ଗୌରୀଙ୍କ ସମ୍ବନ୍ଧ ମଙ୍ଗଳ ଗ୍ରହ ଏବଂ ସ୍ତ୍ରୀଙ୍କ ଅଖଣ୍ଡ ସୌଭାଗ୍ୟ ଅଟେ । ମଙ୍ଗଳା ଗୌରୀ ସୁହାଗ ଏବଂ ଗୃହସ୍ତର ସୁଖ ଦେବୀ ରୂପେ ଜଣାଶୁଣା । ତାଙ୍କ ଆରାଧନାରେ ସମସ୍ତ ସୁଖ ପ୍ରାପ୍ତ ହୋଇଥାଏ ।

ଏକ ସମୟରେ ଧର୍ମପାଳ ନାମକ ଜଣେ ବ୍ୟାପାରୀ ଗୋଟିଏ ସହରରେ ରହୁଥିଲେ । ତାଙ୍କ ପାଖେ ଏକ ସୁନ୍ଦର ସ୍ତ୍ରୀ ଏବଂ ଅନେକ ସଂପତ୍ତି ଥିଲା, ହେଲେ ତାଙ୍କର କୌଣସି ସନ୍ତାନ ନଥିବା କରାଣରୁ ସେ ବହୁତ ଦୁଃଖିତ ଥିଲେ । ଭଗବାନଙ୍କ କୃପାରୁ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା । କିନ୍ତୁ ତାଙ୍କ ପୁଅଙ୍କୁ ଏକ ଅଭିଶାପ ମିଳିଥିଲା ଯେ, ୧୬ ବର୍ଷରେ ତାଙ୍କୁ ସାପ କାମୁଡିବାରେ ମୃତ୍ୟୁ ଘଟିବ ।

ତାଙ୍କ ବିବାହ ଏକ ୧୬ ବର୍ଷୀୟ ଯୁବତୀଙ୍କ ସହ ହୋଇଥିଲା ଯିଏ ମାଆ ମଙ୍ଗଳା ଗୌରୀଙ୍କ ବ୍ରତ କରୁଥିଲେ । ୧୬ ବର୍ଷୀୟ ବର୍ଷରେ ସାପ କାମୁଡିବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଯିବ । ଏହାର ପରିଣାମ ସ୍ୱରୂପ ନିଜ ପୁତ୍ର ପାଇଁ ଏକ ଖୁସି ଜୀବନର ଆର୍ସୀବାଦ ପ୍ରାପ୍ତ କରିଥିଲେ । ଯେଉଁ କାରଣରୁ ସେ କେବେବି ବିଧବା ହେବେ ନାହିଁ । ଏହି କାରଣ ପାଇଁ ଧର୍ମପାଳଙ୍କ ପୁତ୍ରଙ୍କ ଆୟୁ ୧୦୦ ହୋଇଛି । ସମସ୍ତ ନବବିବାହିତ ମହିଳାମାନେ ଏହି ପୂଜାକୁ କରନ୍ତି ଏବଂ ମଙ୍ଗଳା ଗୌରୀ ବ୍ରତ ପାଳନ କରନ୍ତି ଏବଂ ନିଜ ପାଇଁ ଲମ୍ବା ସୁଖି ଏବଂ ସ୍ଥାୟୀ ବୈବାହିକ ଜୀବନ କାମନା କରନ୍ତି । ଯେଉଁ ମହିଳା ଉପବାସ କରିପାରିବେ ନାହିଁ, ସେ ମାଅ ମଙ୍ଗଳା ଗୌରୀଙ୍କ ପୂଜା କରିପାରିବେ ।

Get real time updates directly on you device, subscribe now.