fbpx
BSKY
BJD MC SKY
BJD YOUTH SKY

ସଂଘର୍ଷପୂର୍ଣ୍ଣ ବିଜୟ ସହ ତୃତୀୟ ରାଉଣ୍ଡରେ ମନିକା ବାତ୍ରା

ନୂଆଦିଲ୍ଳୀ: ଏକମାତ୍ର ଟେବଲ ଟେନିସ ଖେଳାଳି ଭାବରେ ଟୋକିଓରେ ଭାରତର ଆଶା ରହିଥିବା ମନିକା ବାତ୍ରା ରବିବାର କଡା ସଂଘର୍ଷପୂର୍ଣ୍ଣ ବିଜୟ ସହିତ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ୭ ସେଟ ବିଶିଷ୍ଟ ମୁକାବିଲାକୁ ମନିକା ୪-୩ରେ ଜିତି ନେଇଥିଲେ । ତେବେ ପ୍ରଥମ ଦୁଇ ରାଉଣ୍ଡ ପରାଜିତ ହେବା ସହିତ ମନିକା ପରାଜିତ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା ।

ନିଜ ଠାରୁ ୩୦ର୍ୟାଙ୍କ ଉପରେ ରହିଥିବା ୟୁକ୍ରେନର ମାର୍ଗାରିଟା ପେସ୍ତୋସ୍କାଙ୍କୁ ପରାସ୍ତ କରିଥିଲେ ବାତ୍ରା । ୪-୧୧, ୪-୧୧, ୧୧-୭, ୧୨-୧୧, ୮-୧୧, ୧୧-୫ ଓ ୧୧-୭ ସେଟରେ ବାତ୍ରା ଏହି ମୁକାବିଲାକୁ ଜିତି ନେଇଥିଲେ । ପ୍ରଥମ ଦୁଇ ସେଟରେ ମାତ୍ର ୮ ପଏଣ୍ଟ ସ୍କୋର କରିଥିବା ବାତ୍ରା ପରବର୍ତ୍ତୀ ସେଟକୁ ଲମ୍ବା ରାଲି ସହିତ ଖେଳି ୧୧-୭ରେ ବିଜୟୀ ହୋଇଥିଲେ । ଚତୁର୍ଥ ସେଟକୁ ୧୨-୧୧ରେ ଜିତିବା ସହିତ ମ୍ୟାଚକୁ ଫେରିଥିଲେ ବାତ୍ରା । ପଞ୍ଚମ ରାଉଣ୍ଡ ମ୍ୟାଚରେ ୮-୧୧ରେ ପରାଜିତ ହୋଇଥିଲେ ବାତ୍ରା । ପରବର୍ତ୍ତୀ ଦୁଇ ସେଟକୁ ୧୧-୫ ଓ ୧୧-୭ରେ ଜିତିବା ସହିତ ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ ବାତ୍ରା । ୨୬ ବର୍ଷୀୟ ମନିକା ମ୍ୟାଚ ଜିତିବାକୁ ୫୭ ମିନିଟର ସମୟ ନେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ରାଉଣ୍ଡରେ ମନିକା ଗ୍ରେଟ ବ୍ରିିଟେନର ଟିନ୍ ଟିନ୍ ହୋଙ୍କୁ ୪-୦ରେ ପରାସ୍ତ କରିଥିଲେ ।

Get real time updates directly on you device, subscribe now.