ନୂଆଦିଲ୍ଲୀ: ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂହ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ସୁରକ୍ଷା ସ୍ଥିତିର ସଦ୍ୟତମ ସ୍ଥିତି ଉପରେ ବୟାନ ଦେଇଛନ୍ତି । ଆଜି ଆମେ ସୁରକ୍ଷା ସମୀକ୍ଷା ବୈଠକ କରିଥିଲୁ । ଏହି ବୈଠକରେ ଆମେ ଇମ୍ଫାଲ ସମେତ ସମସ୍ତ ଜିଲ୍ଲାର ସୁରକ୍ଷା ର ସମୀକ୍ଷା କରିଥିଲୁ । ଆମ ସହ ସେନା, ପୁଲିସ, ସିଆରପିଏଫ, ବିଏସଏଫ, ଆଇଟିବିପି ଏବଂ ଏସଏସବି ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା କହିଛନ୍ତି, ଆମେ ସମସ୍ତ ଜିଲ୍ଲାର ଡିସି ଓ ଏସପିଙ୍କ ସହ ରାଜ୍ୟ ପ୍ରସଙ୍ଗରେ ଆଲୋଚନା କରିଛୁ । ରାଜ୍ୟକୁ ପ୍ରାୟ ୯୦ କମ୍ପାନୀ ଅତିରିକ୍ତ ସୁରକ୍ଷା ବଳ ପଠାଯିବ, ଯାହା ଏଠାରେ ପ୍ରକୃତ ମୁତୟନ ଠାରୁ ବହୁତ ଅଧିକ । ପୂର୍ବରୁ ଏଠାରେ ୧୯୮ଟି କମ୍ପାନି ଥିବା ବେଳେ ଆଉ ୭୦ଟି କମ୍ପାନି ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଇମ୍ଫାଲରେ ପହଞ୍ଚି ସାରିଛନ୍ତି ।