fbpx

ସୁଟିଂରେ ଭାରତର କମାଲ୍: ମିଳିଲା ଆଉ ୨ ପଦକ, ମନୀଷଙ୍କୁ ସ୍ୱର୍ଣ୍ଣ ତ ସିଂହରାଜଙ୍କୁ ରୌପ୍ୟ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସର ସୁଟିଂରେ ଭାରତୀୟ ପାରାସୁଟର୍ସ ପୁଣି କମାଲ କରିଛନ୍ତି । ସୁଟିଂରେ ଭାରତକୁ ମିଳିଛି ଆଉ ୨ଟି ପଦକ । ସିଟିଂରେ ମନୀଷ ନରୱାଲଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ସିଂହରାଜ ହାତେଇଛନ୍ତି ରୌପ୍ୟ ପଦକ । ପି୪ ମିକ୍ସଡ ୫୦ ମିଟର ପିସ୍ତଲ ଏସଏଚ-୧ରେ ଉଭୟ ପଦକ ଜିତିଛନ୍ତି । ମନୀଷ ୨୧୮.୨ ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସିଂହରାଜ ୨୧୬.୭ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେବେ ୩ଟି ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.