ପାଣ୍ଡିଆନଙ୍କୁ ଛାଡିପାରୁନି ବିଜେଡି, ସନ୍ୟାସ ପରେ ବି ଦଳ ସହ ଜଡ଼ିତ…

ଅପପ୍ରଚାର କରୁଛି ମିଡିଆ । ହିମାଳୟ ଯାଇନାହାନ୍ତି ପାଣ୍ଡିଆନ୍ ।

ଭୁବନେଶ୍ୱର: ବିଜୁ ଜନତା ଦଳ ନେତା ମନ୍ମତ ରାଉତରାୟ ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟନାୟକଙ୍କୁ ସାକ୍ଷାତ୍ କରିଛନ୍ତି । ମନ୍ମତ ଦ୍ୱିତୀୟ ବିବାହ କରିଥିବାବେଳେ ନବଦମ୍ପତି ଲିଙ୍ଗରାଜଙ୍କ ଦର୍ଶନ ପରେ ନବୀନ ନିବାସ ଯାଇଥିଲେ ।

ପାଣ୍ଡିଆନ ଦେଲେ ଆର୍ଶୀବାଦ: ଏହାର ଫଟୋ ମନ୍ମଥ ନିଜ ଫେସବୁକରେ ଶେୟାର କରିଛନ୍ତି । ତେବେ ନବୀନଙ୍କ ଫଟୋକୁ ନେଇ ଯେତିକି ଚର୍ଚ୍ଚା ଓଡ଼ିଶାରେ ହେଉ ନାହିଁ, ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ମନ୍ମଥଙ୍କ ଆଉ ଏକ ଫଟୋକୁ ନେଇ ।

ଫଟୋରୁ ଚର୍ଚ୍ଚା: ସେ ଫଟୋଟି ହେଲା, ନବଦମ୍ପତି ପାଣ୍ଡିଆନଙ୍କ ସହ ଉଠାଇଛନ୍ତି ଫଟୋ । ଯାହା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ପାଣ୍ଡିଆନଙ୍କ ଫଟୋକୁ ନେଇ ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସମାଲୋଚନା କରିବା ଆରମ୍ଭ କରିଛନ୍ତି ।

ସୁପ୍ରିମୋଙ୍କ ନିଷ୍ପତ୍ତି: ରାଜନୀତିରୁ ସନ୍ୟାସ ଗ୍ରହଣ କରିବା ପରେ ମଧ୍ୟ ନବୀନଙ୍କୁ ଛାଡ଼ି ନାହାଁନ୍ତି ପାଣ୍ଡିଆନ୍ । ଏ ନେଇ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ପାଣ୍ଡିଆନ୍ ବାବୁ ସରକାରରେ ଥିଲେ । ସେ ବଡ଼ ପଦ-ପଦବୀରେ ରହିଛନ୍ତି । ସନ୍ୟାସୀ ନେଲେ ମାନେ ସେ ହିମାଳୟ ଯାଇ ନାହାନ୍ତି । ଦଳର ସୁପ୍ରିମୋ ନବୀନ ଯାହା ନିଷ୍ପତ୍ତି ନେବେ ସେୟା ହେବ ।

ସରିନି କ୍ରେଜ୍: ଓଡ଼ିଶାରେ ଏବେ ବି ପାଣ୍ଡିଆନଙ୍କ କ୍ରେଜ ରହିଛି । ଯାହା ପାଇଁ ଲୋକମାନେ ତାଙ୍କ ସହ ଫଟୋ ଉଠାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏଥିସହ ପାଣ୍ଡିଆନଙ୍କୁ ନେଇ ମିଡିଆ ଅପପ୍ରଚାର କରିବା ସହ ସେ ଏବେବି ଦଳ ସହିତ ଜଡ଼ିତଥିବା ସାରଦା କହିଛନ୍ତି ।