fbpx

BJD ନେତାଙ୍କୁ ନିଯୁକ୍ତି: ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ନେଲେ ଅନେକ ନେତା

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏନେଇ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ସେପ୍ଟେମ୍ବର ମାସରେ ଭାରତୀୟ ନିର୍ବାଚନ କମିଶନ ଓଡ଼ିଶାରେ ଗସ୍ତରେ ଆସି କଲେକ୍ଟରଙ୍କ ସହ ଆଲୋଚନା କରିବା ସହିତ ପ୍ରାଥମିକ ନିର୍ବାଚନର ପ୍ରସ୍ତୁତି ସମୀକ୍ଷା କରିଥିଲେ । ଏଥିସହିତ ସମସ୍ତ ଇଭିଏମ୍ ଅକ୍ଟୋବର ମାସରେ ଯାଞ୍ଚ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ ।

ତେବେ ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି । ନିକଟରେ ବିଜେଡି ମଧ୍ୟ ତା’ର ସଂଗଠନକୁ ସଜାଡ଼ିବା ଆରମ୍ଭ କରିଦେଇଛି । ଏହା ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୧୦ ଜଣ ନେତାଙ୍କୁ ବିଭିନ୍ନ ପଦରେ ନିଯୁକ୍ତି ଦେଇଛନ୍ତି । ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ରାଜୀବ ପାତ୍ରଙ୍କୁ କନ୍ଧମାଳ ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ସରୋଜ କର୍ଣ୍ଣାଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ, କ୍ଲେଶ ପ୍ରଧାନଙ୍କୁ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ, ଅଜୟ ମହାରଣାଙ୍କୁ ବାଲିଗିଡ଼ା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ, କିଶୋର ଛୋଟରାୟଙ୍କୁ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ, ଟୁନା ଦାସଙ୍କୁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସହ-ସଂଯୋଜକ, ଅନିମା କହଁରଙ୍କୁ କନ୍ଧମାଳ ଜିଲ୍ଲା ବିଏମଜେଡି ସଭାପତି, ପୁନମ କହଁରଙ୍କୁ ବିଏମଜେଡି ରାଜ୍ୟ ସାଧାରଣ ସମ୍ପାଦିକା, ସଞ୍ଜୁକ୍ତା ଦାସଗୁପ୍ତାଙ୍କୁ କନ୍ଧମାଳ ବିଏମଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.