fbpx
BSKY
BJD YOUTH SKY
BJD MS SKY

କରୋନା ଟୀକା ହେଉଛି Heart Attackର କାରଣ! ହୃଦଘାତ ସମସ୍ୟାର କାରଣ କହିଲେ ଡାକ୍ତର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହୃଦଘାତ ସମସ୍ୟା ଖୁବ ବୃଦ୍ଧି ପାଇଛି । ଏହି ମାମଲାକୁ ନଜରରେ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ହୃଷିକେଶ ପଟେଲ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଅହମ୍ମଦାବାଦର ୟୁ.ଏନ ମେହେଟ୍ଟା ହସ୍ପିଟାଲର ନିର୍ଦ୍ଦେଶକ ଚିରାଗ ଦୋଷୀଙ୍କୁ ଏହାର ପ୍ରମୁଖ ଦାୟିତ୍ୱ ଦିଆଯାଇଥିବା ବେଳେ ଏହି ଟିମରେ ୪ ଜଣ ଡାକ୍ତର ରହିଛନ୍ତି । ଗତ ୫ ବର୍ଷରେ ହୃଦଘାତ ମାମଲାଗୁଡ଼ିକୁ ନେଇ ରିସର୍ଚ୍ଚ ଏବଂ ଡାଟା ଆନାଲିସିସ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ବର୍ତ୍ତମାନ ବୃଦ୍ଧି ପାଉଥିବା ହୃଦଘାତ ମାମଲା ଉପରେ ଟିପ୍ପଣୀ ଦେଇଛନ୍ତି ଡାକ୍ତରୀ ଦଳ ।

ଚିରାଗ ଦୋଷୀ କହିଛନ୍ତି ଯେ, ଗତ ୫ ବର୍ଷରେ ହୃଘାତ ଜନିତ ମୃତ୍ୟୁ ମାମଲାରେ ବିଶେଷ ବୃଦ୍ଧି ଲକ୍ଷ୍ୟ କରାଯାଇ ନାହିଁ । ଗ୍ଲୋବାଲ ଟ୍ରେଣ୍ଡ ଜାରି ରହିଛି , ଜନସଂଖ୍ୟା ବୃଦ୍ଧି ପାଇବା ସହ ଲାଇଫଷ୍ଟାଇଲରେ ମଧ୍ୟ ପରିବର୍ତ୍ତନ ଆସିଛି । ତେଣୁ ହୃଦଘାତର ସ୍ତିତି ମଧ୍ୟ ପରିବର୍ତ୍ତନ ହୋଇଛି । ଗତ ୧୦ ବର୍ଷରେ ୟୁ.ଏନ ମେହେଟ୍ଟା ହସ୍ପିଟାଲ ତରଫରୁ ହାର୍ଟ ଆଟାକକୁ ନେଇ ୫ଟି ପେପର ପବ୍ଲିସ କରାଯାଇଛି । ତେବେ ଏହାର କାରଣ ବିଷୟରେ ଚିରାଗ କହିଛନ୍ତି ଯେ, ଦେଶରେ ଲୋକଙ୍କ ମଧ୍ୟରେ ମଧୁମେହ ଏବଂ ହାଇପରଟେନ୍ସନ ବୃଦ୍ଧି ପାଇଛି । ସହରର ବଡ ହସ୍ପିଟାଲ ସହ ମିଶି ବୃଦ୍ଧି ପାଉଥିବା ହୃଦଘାତ ମାମଲାର କାରଣ ଜାଣିବା ପାଇଁ ପ୍ରୟାସ କରାଯାଉଛି । କରୋନା ପୂର୍ବରୁ ୮-୧୧ ପ୍ରତିଶତ ଲୋକ ହୃଦଘାତର ଶିକାର ହେଉଥିବା ବେଳେ ବର୍ତ୍ତମାନ ଏହା ୧୨ ପ୍ରତିଶତରେ ପହଞ୍ଚିଛି । ତେବେ ଏହା ଏକ ବଡ଼ ପରିବର୍ତ୍ତନ ନୁହେଁ ବୋଲି ଡାକ୍ତରୀ ଦଳ କହିଛନ୍ତି ।

ଏକ ସର୍ବେକ୍ଷଣ ଅନୁଯାୟୀ, ୪୦ ପ୍ରତିଶତ ଲୋକ ସକ୍ରିୟ ନୁହଁନ୍ତି। ଯେତେବେଳେ ସେମାନେ ହଠାତ୍ ପରିଶ୍ରମ କରନ୍ତି, ସମସ୍ୟା ଉପୁଜିଥାଏ । ତେବେ ହୃଦଘାତ ପାଇଁ କୋଭିଡ ଟୀକା କେତେ ଦାୟୀ ବୋଲି ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ଡକ୍ଟର ଦୋସି କହିଛନ୍ତି ଯେ, ଏହି ଟିକା ବିଷୟରେ ଭୁଲ ଭୁଲ ଧାରଣା ବ୍ୟାପିଛି। ଟୀକା ଯୋଗୁଁ ହୃଦଘାତ ହୁଏ ନାହିଁ । ପାରିବାରିକ ଇତିହାସ, ବୃଦ୍ଧି ବୟସ, ଜୀବନଶୈଳୀ, ଚାପ, ଖାଦ୍ୟ, ମଧୁମେହ, କୋଲେଷ୍ଟ୍ରଲ ସ୍ତର, ଧୂମ୍ରପାନ, ତମାଖୁ ସେବନ, ମୋଟାପଣ, ଜଙ୍କ ଫୁଡ ଖାଇବା ଭଳି କାରଣ ହୃଦଘାତ ପାଇଁ ଦାୟୀ ।

Get real time updates directly on you device, subscribe now.