fbpx
BJD SKY
BJD SKY

(Video) ଚାଲିଯିବ ଶ୍ରୀଲଙ୍କା ଖେଳାଳିଙ୍କ ଚାକିରି! ବୋର୍ଡ ତରଫରୁ କାରଣ ଦର୍ଶାଅ ନୋଟିସ

BJD

ନୂଆଦିଲ୍ଲୀ: ଭାରତ ବିପକ୍ଷରେ ଖରାପ ପ୍ରଦର୍ଶନ ପାଇଁ ଶ୍ରୀଲଙ୍କାରେ ଅସନ୍ତୋଷ ଦେଖା ଦେଇଛି । ଭାରତ ବିପକ୍ଷରେ ଶୋଚନୀୟ ଭାବେ ବିଫଳ ହୋଇଛି ଶ୍ରୀଲଙ୍କାର ବ୍ୟାଟିଂ ଅର୍ଡର  । ୩୫୮ ରନର ପିଛା କରି ମାତ୍ର ୫ ରନରେ ଅଲଆଉଟ ହୋଇଛି ଶ୍ରୀଲଙ୍କା ଟିମ୍ । ଫଳରେ ମ୍ୟାଚରେ ୩୦୨ ରନର ଏକ ବିଶାଳ ବ୍ୟଦାନରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତେବେ ଦଳର ଏହି ପ୍ରଦର୍ଶନ ପରେ ଶ୍ରୀଲଙ୍କା ନ୍ୟାସନାଲ ବୋର୍ଡରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ଚଳିତ  ବିଶ୍ୱକପରେ ଶ୍ରୀଲଙ୍କା ସେମି ଫାଇନାଲ ପାଇଁ ସଂଘର୍ଷ କରୁଛି । ଅନ୍ୟ ଦଳମାନଙ୍କ ବିପକ୍ଷରେ ଆଭରେଜ ପ୍ରଦର୍ଶନ କରିଥିବା ବେଳେ ଭାରତ ବିପକ୍ଷରେ ଚିତପଟାଙ୍ଗ ହୋଇଛି ଶ୍ରୀଲଙ୍କା । ଭାରତ ସାମ୍ନାରେ ଶୋଚନୀୟ ଭାବେ ପରାସ୍ତ ହୋଇ ସେମି ଫାଇନାଲ ରାସ୍ତାକୁ ଆହୁରି କଷ୍ଟ କରି ଦେଇଛି ସିଂହଳୀ ଦଳ । ଦଳର ବ୍ୟାଟିଂ ଅର୍ଡର ମାତ୍ର ୧୯.୪ ଓଭର ଖେଳି ୫୫ ରନରେ ଅଲଆଉଟ ହୋଇ ଯାଇଥିଲା ।  ତେବେ ଭାରତୀୟ ଦଳଠାରୁ ପରାସ୍ତ ହେବା ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏକ ବିବୃତ୍ତି ଜାରି କରିଛି । ଯେଉଁଥିରେ ଦଳର ସାମଗ୍ରିକ ପ୍ରଦର୍ଶନ ଏବଂ ରଣନୀତି ଉପରେ ଅନେକ ପ୍ରଶ୍ନ ଉଠାଇଛି । ବୋର୍ଡ କହିଛି ଯେ, ଏହା ଦଳର ପ୍ରଦର୍ଶନ ଏବଂ କୋଚ୍ମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁନାହିଁ । ତଥାପି ଏହା ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସଠିକ୍ ସମାଧାନ ଉପରେ ବିଶ୍ୱାସ କରେ ।

ଶ୍ରୀଲଙ୍କା ନ୍ୟାସନାଲ୍ କ୍ରିକେଟ୍ ଟିମ୍ ଚାରୋଟି ପଏଣ୍ଟ ଦେଇଛି ଯେଉଁଥିରେ କୋଚିଂ ଷ୍ଟାଫ୍ ଏବଂ ଚୟନକର୍ତ୍ତାଙ୍କୁ ଉତ୍ତର ଦେବାକୁ ପଡିବ । ସେଥିରେ ରଣନୀତି ଏବଂ ପ୍ରସ୍ତୁତି, ଦଳ ଚୟନ, ଖେଳାଳିଙ୍କ ପ୍ରଦର୍ଶନ, ମ୍ୟାଚ୍ ପରବର୍ତ୍ତୀ ବିଶ୍ଳେଷଣ ଅନ୍ତର୍ଭୁକ୍ତ ରହିଛି । ଯଦି ବୋର୍ଡ ସନ୍ତୋଷଜନକ ଉତ୍ତର ନ ପାଏ ତେବେ ସହାୟକ କର୍ମଚାରୀ, ଚୟନକର୍ତ୍ତା ଏବଂ ଅନେକ ଖେଳାଳି ଚାକିରି ହରାଇ ପାରନ୍ତି ବୋଲି ସୂଚନା ମିଳିଛି । ତେବେ ଏହି ସମୟ ମଧ୍ୟରେ ଶ୍ରୀଲଙ୍କା ଦଳ ଆଗକୁ ରହିଥିବା ମ୍ୟାଚକୁ ଜିତିବା ପାଇଁ ସଂଘର୍ଷ କରୁଛି ।

Get real time updates directly on you device, subscribe now.