fbpx

ହୃଦରୋଗର ଏହି ଗମ୍ଭୀର କାରଣ ବିଷୟରେ ଅନେକଙ୍କୁ ଜଣା ନଥାଏ

ହୃଦରୋଗ ହେଉଛି ବର୍ତ୍ତମାନ ସମୟର ଏକ ମୁଖ୍ୟ ସମସ୍ୟା । ଅତ୍ୟଧିକ ଧୂମ୍ରପାନ କରିବା, ନିୟମିତ ବ୍ୟାୟାମ ନ କରିବା, ଅସ୍ୱାସ୍ଥ୍ୟକର ଖାଦ୍ୟ ସେବନ କରିବା ଆଦି ହେଉଛି ହୃଦରୋଗର ମୁଖ୍ୟ କାରଣ । ଏହି କାରଣଗୁଡ଼ିକ ବ୍ୟତୀତ ହୃଦରୋଗକୁ ବଢ଼ାଉଥିବା ଆହୁରି ଅନେକ କାରଣ ରହିଛି, ଯାହା ବିଷୟରେ ଅଧିକାଂଶ ଲୋକ ଅଜ୍ଞାତ ରହିଥାନ୍ତି । ଆସନ୍ତୁ ଜାଣିବା ସେହି କାରଣଗୁଡ଼ିକ ବିଷୟରେ:-

– ଟ୍ରାଫିକମାନଙ୍କରେ ସୃଷ୍ଟି ହେଉଥିବା ଉଚ୍ଚ ଧ୍ୱନି ଆମର ବ୍ଲକ ପ୍ରେସରକୁ ବୃଦ୍ଧି କରିଥାଏ, ଏହି କାରଣରୁ ଆମର ହାର୍ଟ ସମସ୍ୟା ଦେଖାଦେଇଥାଏ । ୫୦ ଡେସିବଲର ଧ୍ୱନି ସ୍ୱାସ୍ଥ୍ୟ ପକ୍ଷେ ହାନିକାରଣ ହୋଇଥାଏ ।

– କମ୍ ଉଚ୍ଚତା ବିଶିଷ୍ଟ ଲୋକମାନଙ୍କଠାରେ ହୃଦରୋଗର ସମ୍ଭାବନା ଆଶଙ୍କା ଅଧିକ ରହିଥାଏ । କମ୍ ଉଚ୍ଚତା ଥିବା ଲୋକଙ୍କ ଠାରେ କୋଲେଷ୍ଟରଲ ଓ ଟ୍ରାଇଗ୍ଲିସରାଇଡର ସ୍ତର ଅଧିକ ରହିଥାଏ ।

– ଏକୁଟିଆ ରହୁଥିବା ଲୋକଙ୍କ ଠାରେ ହୃଦରୋଗ ଓ ଷ୍ଟ୍ରୋକ ସମସ୍ୟା ଆଶଙ୍କା ଅଧିକ ରହିଥାଏ । ଏକା ରହିବା ଦ୍ୱାରା ମାନସିକ ଚାପ ଓ ବ୍ଲକ ପ୍ରେସର ବୃଦ୍ଧି ପାଇଥାଏ । ଆପଣମାନେ ଯଦି ଏକୁଟିଆ ରହୁଥାନ୍ତି, ତେବେ ଅଧିକାଂଶ ସମୟରେ ନିଜକୁ କୌଣସି କାର୍ଯ୍ୟରେ ବ୍ୟସ୍ତ ରଖିବା ସହ ଅଧିକ ଲୋକଙ୍କ ସହ ସମ୍ପର୍କ ବଢ଼ାଇବା ଦରକାର ।

– ଯେଉଁ ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିଥାନ୍ତି, ସେମାନଙ୍କଠାରେ ହୃଦରୋଗ ଅପେକ୍ଷାକୃତ ଅଧିକ ଦେଖାଯାଇଥାଏ । କାର୍ଯ୍ୟର ଚାପ, ଅଧିକ ସମୟ ଗୋଟିଏ ସ୍ଥାନରେ ବସି ରହିବା, ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରିବା ଏହି ରୋଗ ଆକ୍ରମଣର ଗୋଟିଏ ଗୋଟିଏ କାରଣ ଅଟେ ।

Get real time updates directly on you device, subscribe now.