fbpx
BJD SKY
BJD SKY

ରାଜ୍ୟରେ ରେଳ ଟ୍ରାକ୍‍ ମରାମତି ପାଇଁ ଆସନ୍ତାକାଲି ଏହି ରୁଟ୍‍ର ଅନେକ ଟ୍ରେନକୁ କରାଯାଇଛି ବାତିଲ, ରେଳବାଇ ପକ୍ଷରୁ ବିଜ୍ଞପ୍ତି ଜାରି

BJD

ଭୁବନେଶ୍ୱର: ଖଡଗପୁର ରେଳବାଇ ଡିଭିଜନ୍‍ ଅଧୀନ ଖଡଗପୁର-ଭଦ୍ରକ ସେକ୍ସନ୍‍ର ବାହାନଗା ବଜାର ଷ୍ଟେସନ୍‍ଠାରେ ରେଳ ଟ୍ରାକ୍‍ ମରାମତି କାର୍ଯ୍ୟ ପାଇଁ ଆସନ୍ତାକାଲି ଏହି ରୁଟ୍‍ରେ ସ୍ୱାଭାବିକ ରେଳ ଚଳାଚଳକୁ ନିୟନ୍ତ୍ରିତ କରାଯାଇଛି । ଏଥିପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଯାତ୍ରୀବାହି ଟ୍ରେନ୍‍ ବାତିଲ କରାଯାଇଥିବା ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ପ୍ରେସ୍‍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

ଆସନ୍ତାକାଲି ବାଲେଶ୍ୱର-ଭଦ୍ରକ ମେମୁ ସ୍ପେଶାଲ୍‍ ଟ୍ରେନ୍‍, ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍‍, ହାୱଡା-ଶ୍ରୀ ସତ୍ୟସାଇ ପ୍ରଶାନ୍ତି ନିଲୟମ୍‍ ଏକ୍ସପ୍ରେସ, ହାୱଡା-ଭଦ୍ରକ ଏକ୍ସପ୍ରେସ୍‍, ଖଡଗପୁର ଖୋର୍ଦ୍ଧାରୋଡ ଏକ୍ସପ୍ରେସ୍‍, ଖଡଗପୁର-ଯାଜପୁର-କେନ୍ଦୁଝରରୋଡ୍‍ ଏକ୍ସପ୍ରେସ୍‍, ସାଲିମାର-ସିକନ୍ଦରାବାଦ୍‍ ଏକ୍ସପ୍ରେସ୍‍, ବିଶାଖାପାଟନମ୍‍- ସାଲିମାର ଏକ୍ସପ୍ରେସ୍‍, ତ୍ରିଭେନ୍ଦ୍ରମ୍‍-ସାନ୍ତ୍ରାଗାଚ୍ଛି ଏକ୍ସପ୍ରେସ, ହାଇଦ୍ରାବାଦ-ଶାଲିମାଲ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‍, ଶ୍ରୀଏମ୍‍ବିଶ୍ୱେଶ୍ୱରାୟ ଟର୍ମିନାଲହାଇଦ୍ରାବାଦ ଏକ୍ସପ୍ରେସ୍‍, ପୁଡୁଚେରୀ-ହାୱଡା ଏକ୍ସପ୍ରେସ୍‍, ଏମ୍‍ଜିଆର ଚେନ୍ନାଇ ସେଣ୍ଟ୍ରାଲ-ଶାଲିମାର ଏକ୍ସପ୍ରେସ୍‍ ଚଳାଚଳକୁ ବାତିଲ କରାଯାଇଛି ।

Get real time updates directly on you device, subscribe now.