fbpx
BSKY
BJD MC SKY
BJD YOUTH SKY

ମାଓନେତା ସଞ୍ଜୟ ଦିପକ ରାଓ ଗିରଫ: ଘୋଷଣା ହୋଇଥିଲା ୨୫ ଲକ୍ଷର ପୁରସ୍କାର

ନୂଆଦିଲ୍ଲୀ: ମାଓନେତା ସଞ୍ଜୟ ଦିପକ ରାଓ ଗିରଫ ହୋଇଛି । ୱେଷ୍ଟର୍ଣ୍ଣ ଘାଟ ସ୍ପେଶାଲ ଜୋନ କମିଟିର ସେକ୍ରେଟାରୀ ଥିବା ଦୀପକକୁ ହାଇଦ୍ରାବାଦରୁ ଗିରଫ କରାଯାଇଥିବା ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର ସୂଚନା ଦେଇଛନ୍ତି । ୬୦ ବର୍ଷୀୟ ଦୀପକ ନିକଟରୁ ରିଭଲଭର ସହିତ ୬ଟି ଜୀବନ୍ତ ଗୁଳି, ଗୋଟିଏ ଲାପଟପ ଓ ୪୭,୨୫୦ ଟଙ୍କା ଜବତ କରାଯାଇଥିଲା । ଦୀପକକୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ତେଲେଙ୍ଗାନାର ଇଣ୍ଟେଲିଜେନ୍ସ ବିଭାଗ ମୋଷ୍ଟ ୱାଣ୍ଟେଡ ମାଓବାଦୀ ଦିପକକୁ ହାଇଦ୍ରାବାଦର କୁକାଟପାଲ୍ଲୀର ମାଲେଶିଆନ ଟାଉନଶିପରୁ ଗିରଫ କରିଥିଲା । ଦୀପକ ସିପିଆଇ (ମାଓବାଦୀ)ର ଦକ୍ଷିଣ ଆଞ୍ଚଳିକ ବ୍ୟୁରୋର ୱେଷ୍ଟର୍ଣ୍ଣ ଘାଟ ସ୍ପେଶାଲ ଜୋନାଲ କମିଟିର ସେକ୍ରେଟାରୀ ରହିଥିଲା । ଦୀପକ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିବା ସମୟରେ ଗିରଫ ହୋଇଥିଲା । ସେ ୪ ଦିନ ପୂର୍ବର ହାଇଦ୍ରାବାଦ ଆସିଥିବା ବେଳେ ଏକ ମିଟିେଂ ଯୋଗଦେବା ପାଇଁ ସେ ଛତିଶଗଡ଼ ଯିବାକୁ ଯୋଜନା କରିଥିଲା ।

ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ ଓ ଜାତୀୟ ତଦନ୍ତକାରୀ ସଂସ୍ଥା (ନିଆ) ପାଇଁ ଦିପକ ଏକମୋଷ୍ଟ ୱାଣ୍ଟେଡ ମାଓବାଦୀ ରହିଥିଲା । ୨୦୧୯ ମସିହା ପଲାକ୍କଡ ଏନକାଉଣ୍ଟରରେ ମାଓନେତା ମଣିଭାସଗମଙ୍କ ମୃତ୍ୟୁ ପରେ ୨୦୨୦ ମସିହା ପରଠାରୁ ଦିପକ ୱେଷ୍ଟର୍ଣ୍ଣ ଘାଟରେ ବିଭିନ୍ନ କାର୍ଯ୍ୟରେ ସାମିଲ ରହିଥିଲା । ଦିପକ ନାମରେ ମହାରାଷ୍ଟ୍ର ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିବା ତେଲେଙ୍ଗାନା ଡିଜିପି କହିଛନ୍ତି । ଦିପକକୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବା ସହିତ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ତା’ର ସମ୍ପୃକ୍ତି ନେଇ ପଚରାଉଚରା କରାଯିବ ।

Get real time updates directly on you device, subscribe now.