fbpx

ଦିନିକିଆ ବିଶ୍ୱକପରେ କିପରି ରହିବ ଭାରତର ଜର୍ସି? ଲିକ୍ ହେଲା ପ୍ରଥମ ଝଲକ

ନୂଆଦିଲ୍ଲୀ: ବର୍ତ୍ତମାନ ଏସିଆ କପ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାପରେ ଭାରତ ବିଶ୍ୱକପ ପାଇଁ ପାଦ ବଢାଇବ । ଦିନିକିଆରେ ନୂଆ ଜର୍ସି ପାଇବା ପରେ ଭାରତ ଖୁବ ଭଲ ପ୍ରଦର୍ଶନ ଜାରି ରଖିଛି । ତେଣୁ ଏହି ନୂଆ ଜର୍ସିକୁ ଭାରତ ପାଇଁ ‘ଲକି’ ବୋଲି କୁହାଯାଉଛି । କିନ୍ତୁ ଆଗକୁ ବିଶ୍ୱକପ ଥିବା ବେଳେ ଭାରତର ଏହି ଜର୍ସିରେ ଟିକିଏ ପରିବର୍ତ୍ତନ କରାଯାଇଛି । ତେବେ ବିସିସିଆଇ ଏହାର ଫଟୋ କିମ୍ବା ଭିଡିଓ ଜାରି କରି ନଥିବା ବେଳେ ଏହାର ଏକ ଝଲକ ଏବେ ଲିକ୍ ହୋଇଛି ।

ଏସିଆ କପ୍ ସମୟରେ ଭାରତର ଆସନ୍ତା ବିଶ୍ୱକପ ପାଇଁ ନୂଆ ଜର୍ସିର ଏକ ଝଲକ ସାମ୍ନାକୁ ଆସିଛି । ଆସନ୍ତାମାସ ବିଶ୍ୱକପ ଖେଳାଯିବାକୁ ଥିବା ବେଳେ ଭାରତ ନୂଆ ଜର୍ସି ପ୍ରସ୍ତୁତ କରିଛି । ଏହି ଜର୍ସିରେ ବିଶେଷ କିଛି ପରିବର୍ତ୍ତନ କରିନି ଭାରତୀୟ ଦଳ । ତେବେ ବିଶ୍ୱକପ ଜର୍ସିରେ ବାମ ପଟ ଛାତିରେ ଥିବା ବିସିସିଆଇ ଲୋଗୋ ଉପରେ ୨ଟି ଷ୍ୟାର ଥିବା ଦେଖାଯାଇଛି । ବର୍ତ୍ତମାନ ସୁଦ୍ଧା ଅଫିସିଆଲ ଭାବରେ ବିସିସିଆଇ ଭାରତର ଜର୍ସି ଲଞ୍ଚ କରି ନଥିଲେ ମଧ୍ୟ ଏହାର ଏକ ଝଲକ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ଏସିଆ କପରେ ଭାରତୀୟ ଦଳ ପିନ୍ଧିଥିବା ଜର୍ସିରେ ୩ଟି ଷ୍ଟାର ଥିବା ବେଳେ ବିଶ୍ୱକପରେ ମାତ୍ର ଦୁଇଟି ଷ୍ଟାର ରହିବ । କାରଣ କ୍ରିକେଟ ଇତିହାସରେ ଭାରତ ମୋଟ ୩ ଥର ବିଶ୍ୱ ଚମ୍ପିଆନ୍(୧୯୮୩, ୨୦୦୭ ଏବଂ ୨୦୧୧) ହୋଇଛି । ତେଣୁ ଭାରତର ଏହି ରେକର୍ଡକୁ ଦର୍ଶାଇବା ପାଇଁ ଜର୍ସିରେ ୩ଟି ଷ୍ଟାର ରହିଛି । କିନ୍ତୁ ଭାରତ ବର୍ତ୍ତମାନ ସୁଦ୍ଧା ମୋଟ ୨ଟି ଦିନିକିଆ ବିଶ୍ୱକପ(୧୯୮୩ ଏବଂ ୨୦୧୧)ରେ ଚମ୍ପିଆନ୍ ହୋଇଛି । ତେଣୁ ବିଶ୍ୱକପରେ ଦୁଇଟି ଷ୍ଟାର ଥିବା ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ ।

Get real time updates directly on you device, subscribe now.