fbpx

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ପୁଣି ଜବତ

ମାଲକାନଗିରି,୧୨ ।୧୧(ଓଡିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ପୁଣିଥରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଅରାପଦ ଓ ଅଣ୍ଡରପାଲି ଜଙ୍ଗଲରୁ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି । ବିଏସଏଫ୍ ଓ ପୋଲିସର ମିଳିତ କମ୍ବିଂ ଅପରେସନରେ ଏହି ସଫଳତା ମିଳିଛି । ୩ ନଟ୍୩ ରାଇଫଲର ୯୩ଟି ଗୁଳି, ୧୩ ଡିଟୋନେଟର ଜବତ ହୋଇଛି । ଏହା ସହ ୧୪ଟି ଗ୍ରେନେଡ୍ ଓ ୨ଟା ଲ୍ୟାଣ୍ଡଲାଇନ୍ ମଧ୍ୟ ଜବତ ହୋଇଛି ।

Get real time updates directly on you device, subscribe now.