fbpx
BSKY
BJD MC SKY
BJD YOUTH SKY

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି, ୪ ।୧୧(ଓଡିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ସିନ୍ଦିପୁଟ ପାଖରେ ପୋଲିସକୁ ମିଳିଛି ବଡ ସଫଳତା । ମାଓବାଦୀଙ୍କ ଦ୍ୱାରା ଲୁଚା ଯାଇଥିବା ଲ୍ୟାଣ୍ଡଲାଇନ୍ ଠାବ କରି ନିଷ୍କ୍ରିୟ କରିବା ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ବିଏସଏଫ ଓ ଆନ୍ଧ୍ର-ଓଡ଼ିଶା ପୋଲିସର ମିଳିତ କମ୍ବିଂ ଅପରେସନ ବେଳେ ଏସବୁ ଜବତ ହୋଇଛି ।

ଆନ୍ଧ୍ରପ୍ରଦେଶ ଓ ଓଡିଶା ପୋଲିସର ମିଳିତ କମ୍ବିଂ ଅପରେସନ ବେଳେ ମିଳିଛି ବିପୁଳ ପରିମାଣରେ ମାଓ ସାମଗ୍ରୀ । ଏହି ସପ୍ତାହରେ ମାଲକାନଗିରି ରୁ ଏକ ମଲ୍ଟି ପାର୍ଟି ଇଣ୍ଟରଷ୍ଟେଡ଼ ଯୋଏଣ୍ଟ ଅପରେସନ ସ୍ୱାଭିମାନ ଅଞ୍ଚଳରେ ଜାରି କରିଥିଲେ, ସେତେବେଳେ ଏକ ଗୁରୁତ୍ୱ ସୂଚନା ମିଳିଥିଲା ଯେ ସ୍ୱାଭିମାନ ଅଞ୍ଚଳରେ କିଛି ମାଓବାଦୀମାନଙ୍କ ହଲଚଲ ଦେଖିବାକୁ ମିଳିଛି, ଏହି ଖବର ପାଇବା ପରେ ଓଡିଶା ପୋଲିସର ଡି.ବି.ଏଫ ଓ ଏସ.ଓ.ଜି ଏବଂ ଆନ୍ଧ୍ରପ୍ରଦେଶର ବି.ଏସ.ଏଫ ଯବାନ ମାନେ ସେହି ସ୍ୱାଭିମାନ ଅଞ୍ଚଳରେ ବହୁତ ଖୋଜାଖୋଜି କରିବା ପରେ ଏକ ମାଓ କ୍ୟାମ୍ପ କୁ ଠାବ କରିଥିଲେ । ସେହି କ୍ୟାମ୍ପ ରୁ ଶତାଧିକ ମାଓ ସାମଗ୍ରୀ ଜବତ କରାଯାଇଛି ସେଥିମଧ୍ୟରୁ :-
୧:- ୨ଟି ଏସ.ଏଲ.ଆର ରାଇଫେଲ ।
୨:- ୭.୬୨ ଏସ.ଏଲ.ଆର ରାଉଣ୍ଡ ।
୩:- ୩ଟି ଏସ.ଏଲ.ଆର ମାଗାଜିନ ।
୪:- ଗୋଟିଏ ମୋଦିଫାଇଡ଼ 303 ରାଇଫେଲ ।
୫:- ଗୋଟିଏ ଆଇ.ଈ. ଡି ।
୬:- ଏହା ସହିତ କେତେକ ମାଗାଜିନ ଓ ଅନ୍ୟାନ୍ୟ ବିଶେଷ ପ୍ରମାଣ ପତ୍ର ମଧ୍ୟ ଜବତ କରାଯାଇଛି । ଏହି ବିଶାଳ ସଫଳତା ସ୍ୱାଭିମାନ ଅଞ୍ଚଳରେ କିଛିଟା ଶାନ୍ତି ଆଣିଦେବ ।ଯାହାଫଳରେ ସେହି ସବୁ ଅଞ୍ଚଳରେ କିଛି ବିକାଶ ମୂଳକ କାର୍ଯ୍ୟ ଜାରି ରଖି ହେବ ।

Get real time updates directly on you device, subscribe now.