fbpx

ମାଓ ଯୋଜନା ପଣ୍ଡ: ଜବତ ହେଲା ୭ ଆଇଡି

ମାଲକାନଗିରି ଜିଲ୍ଲା ତୋଟାଗୁଡ଼ା ଠାରେ ମାଓ ଯୋଜନା ପଣ୍ଡ ହୋଇଛି ଏହା ସହ ୭ ଆଇଡି ଠାବ ହୋଇଛି । ସ୍ପେଶାଲ ଫୋର୍ସର ମିଳିତ ଅପରେସନ ବେଳେ ସୋମବାର ୭ ଆଇଡି ଏବଂ ବିସ୍ଫୋରକ ଠାବ କରିଛନ୍ତି ସୁରକ୍ଷାକର୍ମୀ ।

ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇଁ ବିଏସଏଫ୍ ପକ୍ଷରୁ ସ୍ୱତନ୍ତ୍ର ଅପରେସନ କରାଯାଇଥିଲା । ଅପରେସନ ସମୟରେ ସନ୍ୟାସିଗୁଡ଼ା ଗାଁ ନିକଟ ଜଙ୍ଗଲରେ ଗାତ କରି ଲୁଚାଯାଇଥିବା ଆଇଡିକୁ ଜବତ କରାଯାଇଥିଲା । ତେବେ ଜବତ ଆଇଡିକୁ ନିଷ୍କ୍ରିୟ କରିଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ ।

Get real time updates directly on you device, subscribe now.