fbpx

ପୋଲିସ ନିକଟରେ ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି,୨୩ ।୮(ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲା ପୋଲିସ ନିକଟରେ ହାର୍ଡକର ମାଓବାଦୀ ମହାଦେବ ମାଡକାମୀ ଓରଫ ମନୁର ଆତ୍ମସମର୍ପଣ । ଦୀର୍ଘ ୫ ବର୍ଷ ଧରି ମନୁ ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିବା ବେଳେ ସେ ମହୁପଦର ଡିଭିଜନରେ ପାର୍ଟି ମେମ୍ବର ଥିଲା । ମାଓ ସଂଗଠନ ନିଜର ସତ୍ତା ହରାଉଥିବା ବେଳେ ଆଦିବାସୀ କ୍ୟାଡ଼ରଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ କରାଯାଉଥିବା ଦେଖି ନକ୍ସଲ ମାନେ ହିଂସାତ୍ମକ ମାର୍ଗକୁ ବର୍ଜ୍ଜନ କରି ମୁଖ୍ୟ ସ୍ରୋତରେ ଯୋଗଦେବାକୁ ସ୍ଥିର କରିଛନ୍ତି । ଓଡିଶା-ଛତିଶଗଡ ସୀମାରେ ଥିବା ତୁଲସୀ ପାହାଡ଼ ଅଞ୍ଚଳରେ ଥିବା ଟେମୁରୁପାଲ୍ଲୀ, କର୍ତ୍ତନପାଲ୍ଲୀ, ତେନ୍ତୁଲିଗୁମା ଏବଂ ମହୂପଦରରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଲୋକଙ୍କ ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ ହୋଇପାରିଛି ତେଣୁ ସେମାନେ ମାଓବାଦୀ ଧମକ ପ୍ରତି ଧ୍ୟାନ ଦେବା ବନ୍ଦ କରି ଦେଇଛନ୍ତି । ବର୍ତ୍ତମାନ ସ୍ଥାନୀୟ ଲୋକମାନେ ନକ୍ସଲଙ୍କୁ ସମର୍ଥନ କରୁନାହାଁନ୍ତି, ଯାହା ପୂର୍ବରୁ ସେମାନେ ବନ୍ଧୁକମୁନରେ ଧମକ ଦେଇ ବଳପୂର୍ବକ ଅପହରଣ,ଲୁଣ୍ଠନ, ହତ୍ୟା କରୁଥିଲେ, ତେଣୁ ଲୋକମାନେ ବାଧ୍ୟ ହୋଇ ମାଓବାଦୀମାନ ସମର୍ଥନ କରୁଥିଲେ । କିନ୍ତୁ ବର୍ତ୍ତମାନ ଏହି ଅଞ୍ଚଳରେ ପୋଲିସର କାର୍ଯ୍ୟକଳାପ ବୃଦ୍ଧି ଏବଂ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ସଫଳତା ଏବଂ ପୋଲିସର କାର୍ଯ୍ୟକଳାପର କ୍ରମାଗତ ଭୟ ମଧ୍ୟ ମାଓବାଦୀଙ୍କ ଆତ୍ମସମର୍ପଣରେ ସହାୟକ ହୋଇଛି ମନୁ ଅନେକ ହିଂସାକାଣ୍ଡରେ ଜଡିତ ଥିବା ବେଳେ ମନୁର ଆତ୍ମସମର୍ପଣ ମାଓ ସଙ୍ଗଠନ କୁ ବଡ଼ ଝଟକା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.