fbpx

ମାଓବାଦୀ ହିଂସା: ୧୪ଟି ସ୍ଥାନରେ NIA ଚଢାଉ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ଉପଦ୍ରବ । ଛତିଶଗଡର ସବୁଠାରୁ ମାଓ ଉପଦ୍ରୁତ ଇଲାକା ବସ୍ତରରେ ମାଓବାଦୀ ହିଂସାକୁ ନେଇ ବିଭିନ୍ନ ସ୍ଥାନରେ ଏନଆଇଏ ଚଢାଉ କରାଯାଇଛି । ବସ୍ତରରେ ମାଓବାଦୀ ହିଂସାକୁ ନେଇ ଆନ୍ଧ୍ର ଓ ତେଲେଙ୍ଗାନାର ୧୪ଟି ସ୍ଥାନରେ ଏନଆଇଏ ଚଢାଉ କରାଯାଇଛି । ବିଶାଖା ପଟ୍ଟନମ, ହାଇଦ୍ରାବାଦ ଓ ବିଜୟୱାଡାରେ ମଧ୍ୟ ଚଢାଉ କରାଯାଇଥିବା ସୂଚନା ମିଳିଛି ।

ବିଭିନ୍ନ ସ୍ଥାନରେ ମାଓ ସମ୍ପୃକ୍ତି ନେଇ ଏନଆଇଏର ଚଢାଉ ଜାରି ରହିଛି । ଏହି ଚଢାଉ ସମୟରେ ବିଭିନ୍ନ ମାଓ ସାମଗ୍ରୀ ଓ ଡିଜିଟାଲ ଉପକରଣ ଜବତ କରାଯାଇଥିବା ନେଇ ଏନଆଇଏ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.