fbpx
BJD SKY
BJD SKY

ମାର୍ଚ୍ଚ ୨୫ ନା ୨୬… କେବେ ଖେଳାଯିବ ହୋଲି? ତାରିଖକୁ ନେଇ ଦ୍ୱନ୍ଦ୍ୱରେ ଲୋକେ

BJD

ଓଡ଼ିଶା ଭାସ୍କର: ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି । କିନ୍ତୁ ଚଳିତବର୍ଷ ହୋଲି ପାଳନର ତାରିଖକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ଦେଶବାସୀ । ମାର୍ଚ୍ଚ ୨୫ ଏବଂ ମାର୍ଚ୍ଚ ୨୬ ତାରିଖରୁ କେଉଁ ଦିନ ହୋଲି ପର୍ବ ପାଳନ ହେବ ଏବଂ ରଙ୍ଗ ଖେଳାଯିବ, ସେ ନେଇ ଦେଶବାସୀଙ୍କ ମନରେ ଏବେ ବି ଦ୍ୱନ୍ଦ୍ୱ ଦେଖାଯାଇଛି । ତେବେ ଅନେକ ସ୍ଥାନରେ ୨୫ ତାରିଖରେ ହୋଲି ପାଳନ ହେବାକୁ ଥିବା ବେଳେ କିଛି ସ୍ଥାନରେ ୨୬ ତାରିଖ ଦିନ ହୋଲି ପର୍ବ ପାଳନ କରାଯିବ । ସେଥିପାଇଁ ଲୋକେ ହୋଲିର ପ୍ରକୃତ ତାରିଖ ଜାଣିବା ପାଇଁ ଅପେକ୍ଷା କରି ରହିଛନ୍ତି ।

ଆଜି ହୋଲିକା ଦହନ ପର୍ବ ପାଳନ ହେଉଛି, କିନ୍ତୁ ହୋଲିର ପ୍ରକୃତ ତାରିଖ କେବେ? ନିୟମ ଅନୁସାରେ, ହୋଲିକା ଦହନର ପର ଦିନ ସକାଳେ ହୋଲି ପର୍ବ ପାଳନ କରାଯାଏ । କିନ୍ତୁ ଚଳିତବର୍ଷ ୨ ଦିନ ହୋଲି ୨ ଦିନ ହୋଇଥିବାରୁ ଲୋକେ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି । ତେବେ ହୋଲିକା ଦହନ ଫାଲ୍ଗୁନ ପୂର୍ଣ୍ଣିମା ଭଦ୍ରା ରହିତ ପ୍ରଦୋଷ କାଳ ମୁହୂର୍ତ୍ତରେ କରାଯାଇ ଥାଏ । କିନ୍ତୁ ଚୈତ୍ର ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ପାଳନ ହୋଇଥାଏ ରଙ୍ଗର ପର୍ବ ହୋଲି । ଏଥର ହୋଲିକା ଦହନ ମାର୍ଚ୍ଚ ୨୪ ତାରିଖ ସକାଳ ୯.୨୩ରୁ ଆରମ୍ଭ କରି ମାର୍ଚ୍ଚ ୧୧.୩୧ ତାରିଖ ପର୍ଯ୍ୟନ୍ତ ରହିବ । ଫାଲ୍ଗୁନ ପୂର୍ଣ୍ଣିମା ତିଥିରେ ମାର୍ଚ୍ଚ ୨୪ ରାତି ୧୦.୨୮ ପରେ ହୋଲିକା ଦହନ ହେବ ।

କିନ୍ତୁ ହୋଲି ମାର୍ଚ୍ଚ ୨୫ ତାରିଖରେ ପାଳନ କରାଯିବ ନାହିଁ । କାରଣ ଏହି ଦିନ ଫାଲ୍ଗୁନ ପୂର୍ଣ୍ଣିମା ତିଥି ସକାଳ ୧୧.୩୧ ପର୍ଯ୍ୟନ୍ତ ମାନ୍ୟ ରହିଛି । ଏହି ଦିନ ଫାଲ୍ଗୁନ ପୂର୍ଣ୍ଣିମାର ସ୍ନାନ ଏବଂ ଦାନ କରାଯିବ । ସେହିପରି ଚୈତ୍ର ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ମାର୍ଚ୍ଚ ୨୫ ତାରିଖରେ ସକାଳ ୧୧.୩୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ ତାରିଖ ମଧ୍ୟାହ୍ନ ୨.୫୫ ପର୍ଯ୍ୟନ୍ତ ରହିଛି । ତେଣୁ ଉଦୟତିଥି ଅନୁସାରେ ଚୈତ୍ର କୃଷ୍ଣ ପ୍ରତିପଦା ମାର୍ଚ୍ଚ ୨୬ ତାରିଖରେ ହୋଲି ପର୍ବ ପାଳନ କରାଯିବ । ତେବେ ବନାରସରେ ଆସନ୍ତାକାଲି ହୋଲି ପାଳନ କରାଯିବ ଏବଂ ଅନ୍ୟ ସ୍ଥାନମାନଙ୍କରେ ୨୬ ତାରିଖରେ ପାଳନ ହେବ ଏହି ରଙ୍ଗର ପର୍ବ ।

Get real time updates directly on you device, subscribe now.