fbpx

ପାଟନା ଜଙ୍କସନ୍ କ୍ୟାମ୍ପସରେ ଚାଲିଥିଲା ମଦ ପାର୍ଟି, କେନ୍ଦ୍ରୀୟ ନିଷେଧ ବିଭାଗର ଚଢ଼ାଉ, ରେଳବାଇର ୭ ଇଂଜିନିୟର ସାମିଲ

ପାଟନା: ବିହାର ସ୍ଥିତ ପାଟନା ଜଙ୍କସନରେ ହୋଲି ପୂର୍ବରୁ ଦେଖିବାକୁ ମିଳିଛି ମଦ ପାର୍ଟି । ଏଥିରେ ସମ୍ପୃକ୍ତ ଥିବା ରେଳବାଇର ୭ ଜଣ ଇଞ୍ଜିନିୟରଙ୍କ ସମେତ ୧୦ ଜଣ ଲୋକଙ୍କୁ କେନ୍ଦ୍ରୀୟ ନିଷେଧ ବିଭାଗ(Central Prohibition Department) ଗିରଫ କରିଥିବା ଜଣା ପଡ଼ିଛି । ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବ । ଏହି ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ନିଲମ୍ବନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

କେନ୍ଦ୍ରୀୟ ନିଷେଧ ବିଭାଗର ସୂଚନାନୁଯାୟୀ ଶନିବାର ପାଟନା ଜଙ୍କସନରେ ଏକ ଗୋଷ୍ଠୀ ଦ୍ୱାରା ମଦ ପାର୍ଟି ଆୟୋଜନ କରାଯାଉଥିବା ନେଇ ଖବର ମିଳିଥିଲା । ଏହା ପରେ ଏକ ଟିିମ୍ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ସେଠାରେ ସ୍ଥିତ ୧୦ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ହୋଇଥିବା ଲୋକଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ବରିଷ୍ଠ ସେକ୍ସନ୍ ଇଞ୍ଜିନିୟର ଏବଂ ୩ ଜଣ ସହାୟକ କର୍ମୀ । ସମସ୍ତେ ପାଟନା ଜଙ୍କସନ ରେଳ ଷ୍ଟେସନ ପରିସର କ୍ୟାମ୍ପସ ସ୍ଥିତ କାର୍ଯ୍ୟାଳୟରେ ମଦ ପାର୍ଟି କରୁଥିବା ସମୟରେ କେନ୍ଦ୍ରୀୟ ନିଷେଧ ବିଭାଗ ହାତରେ ଧରା ପଡ଼ିଥିଲେ । କହିରଖୁଛୁ ବର୍ତ୍ତମାନ ବିହାରରେ ମଦ ବିକ୍ରି ଏବଂ ସେବନ କରିବା ଉପରେ ପ୍ରତିବନ୍ଧ ଲାଗିଛି । ପରି କରିବା ଆଇନଗତ ଅପରାଧ ଅଟେ । ଏହା ସତ୍ତ୍ୱେ ଏପରି ଘଟଣା ଘଟିବା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦ୍ରୀୟ ନିଷେଧ ବିଭାଗ ଅଧିକାରୀଙ୍କ କହିବାନୁଯାୟୀ ଗୋଟିଏ ଦୁଇଟି ସପ୍ଲାୟରଙ୍କ ନାମ ମିଳିଛି ଏବଂ ସେମାନଙ୍କ ଠିକଣା ଉପରେ ଚଢ଼ାଉ ପାଇଁ ପ୍ରୟାସ ଜାରି ରହିଛି ।

 

 

Get real time updates directly on you device, subscribe now.