fbpx

Lok Sabha ନିର୍ବାଚନରେ ଏହି ସାଂସଦଙ୍କ ହାତ ଛାଡ଼ିଲା ବିଜେପି! ମିଳିବନି ଲୋକସଭା ଟିକେଟ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି ଆକ୍ଟିଭ ମୋଡରେ ରହିଛି । ମୁଖ୍ୟାଳୟରେ ଘନ ଘନ ବୈଠକ କରି ନିର୍ବାଚନ ପାଇଁ ପ୍ରସ୍ତୁତ କରିଛି ରଣନୀତି । ଗତକାଲି ମୁଖ୍ୟାଳୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସିଇସି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆଜି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ପାଇଁ ପ୍ରାର୍ଥି ଘୋଷଣା କରାଯାଇପାରେ । କିନ୍ତୁ ଏହି ତାଲିକାରୁ କିଛି ପୁରୁଖା ନେତାଙ୍କ ନାଁକୁ ବାଦ୍ ଦେଇପାରେ ଭାରତୀୟ ଜନତା ପାର୍ଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ, ଗୃହମନ୍ତ୍ରୀ ଅମିତ ଶାହ, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟ ବିଜେପି ନେତା ଏହି ବୈଠକରେ ଉପସ୍ଥିତ ରହିଥିଲେ ।

ସୂଚନା ଅନୁସାରେ, ଆସନ୍ତା ଲୋକସଭା ନିର୍ବାଚନରେ ବିଜେପିର ସିଇସି ବୈଠକରେ ଅନେକ ପୁରୁଣା ନେତାଙ୍କୁ ବାଦ୍ ଦେଇପାରେ । ଏହି ତାଲିକାରେ ଗଜିଆବାଦର ସାଂସଦ ତଥା ପୂର୍ବ ସେନା ପ୍ରମୁଖ ଜେନୋଲ ଭି.କେ ସିଂହ, ପିଲିଭିତରୁ ବରୁଣ ଗାନ୍ଧୀ ଏବଂ ପ୍ରୟାଗରାଜର ରୀତା ବହୁଗୁଣାଙ୍କ ଭଳି ବଡ଼ ବଡ଼ ନାଁ ସାମିଲ ରହିଛି । ଏହାବ୍ୟତୀତ ବଲିୟାରୁ ବୀରେନ୍ଦ୍ର ସିଂହ ମସ୍ତ, ହାଥରସରୁ ରାଜବୀର ଦିଲେର, ଜୟପୁରରୁ ରାମଚରଣ ବୋହରାଙ୍କ ସହିତ ଗଙ୍ଗାନଗର ଆସନରୁ ନିହାଲ ଚନ୍ଦ ଏବଂ ବଦାୟୁଁରେ ସଂଘମିତ୍ରା ମୌର୍ଯ୍ୟ ମଧ୍ୟ ନିର୍ବାଚନ ଲଢେଇରୁ ବାଦ୍ ପଡ଼ିପାରନ୍ତି ବୋଲି ଆଲୋଚନା ହେଉଛି ।

ଏହିମାନଙ୍କୁ ମିଳିବ ଟିକେଟ?

ତେବେ ମିଳିଥିବା ସୂଚନା ଅନୁସାରେ, ଏହି ରାଜନୈତିକ ହସ୍ତୀମାନଙ୍କ ସ୍ଥାନରେ ନୂଆ ଚେହେରାଙ୍କୁ ସୁଯୋଗ ଦେଇପାରେ ବିଜେପି । ଗଜିଆବାଦରେ ଅତୁଲ ଗର୍ଗ, ପିଲିଭିତରେ ଜିତିନ ପ୍ରସାଦ, ହାଥରସରୁ ଅନୁପ ବାଲ୍ମିକୀ, ସହରନପୁରରୁ ରାଘବ ଲଖନପାଲ ଏବଂ ଅଲୀଗଡ଼ରୁ ସତୀଶ ଗୌତମ ବିଜେପି ତରଫରୁ ନିର୍ବାଚନ ଲଢିପାରନ୍ତି । ଅନ୍ୟ ପକ୍ଷରେ ଜୟପୁର ସିଟରୁ ପୂଜା କପିଲ ମିଶ୍ରା, ସୁଲତାନପୁରରୁ ମେନକା ଗାନ୍ଧୀ ଏବଂ ମୁରାଦାବାଦ ।ସନରୁ ର୍ସବଶ କୁମାରଙ୍କୁ ବିଜେପି ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେବାକୁ ନିଷ୍ପତ୍ତି ନେଇପାରେ । ଏହାବ୍ୟତୀତ ଓଡ଼ିଶା ପାଇଁ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ସମ୍ବିତ ପାତ୍ର ଏବଂ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ ଲୋକସଭା ଆସନ ପାଇଁ ଲଢେଇ କରିପାରନ୍ତି ।

Get real time updates directly on you device, subscribe now.