fbpx

ଏହି ୪ ରାଶିଙ୍କ ପାଇଁ ଜବରଦସ୍ତ ରହିବ ମାର୍ଚ୍ଚ ମାସ, ଚତୁର୍ଗ୍ରହୀ ଯୋଗରୁ ଚମକିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାର୍ଚ୍ଚ ୨୦୨୨ ରେ ୩ ଟି ଶୁଭ ଗ୍ରହର ରାଶି ପରିବର୍ତ୍ତନ ହେବ । ଅନେକ ଗ୍ରହରେ ଯେତେବେଳେ ରାଶି ପରିବର୍ତ୍ତନ ହୋଇଥାଏ, ସେବେ ଜୀବନରେ ପରିବର୍ତ୍ତନ ଘଟିଥାଏ । ମାର୍ଚ୍ଚ ୧୫ରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବେ । ପୁଣି ୩୧ ମାର୍ଚ୍ଚରେ ଶୁକ୍ର କୁମ୍ଭ ରାଶିରେ ପ୍ରବେଶ କରିବେ । ମକର ରାଶିରେ ପ୍ରଥମରୁ ହିଁ ଶାନିଦେବ ଅଛନ୍ତି । ଏପରି ପରିସ୍ଥିତିରେ ଚତୁର୍ଗ୍ରହୀ ଯୋଗ ସୃଷ୍ଠି ହେବ, ଯାହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ । କିନ୍ତୁ ଏହି ଚତୁର୍ଗ୍ରହୀ ଯୋଗ ୪ ରାଶି ଲୋକଙ୍କୁ ଜବରଦସ୍ତ ଲାଭ ଦେବ ।

ମାର୍ଚ୍ଚ ୬ ରବିବାର ଦିନ, ବୁଧ ମକର ରାଶିରୁ କୁମ୍ଭରେ ପ୍ରବେଶ କରିବେ । ପରେ ବୁଧବାର ଏହି ରାଶିରେ ଅସ୍ତ ହୋଇଯିବେ । ଏହା ପରେ ମାର୍ଚ୍ଚ ୨୪ ରେ ବୁଧ ଗ୍ରହ ମୀନ ରାଶିରେ ପ୍ରବେଶ କରିବେ । ମାର୍ଚ୍ଚ ୧୫ ରେ ସୂର୍ଯ୍ୟଦେବ ମୀନରେ ପ୍ରବେଶ କରିବେ । ମାର୍ଚ୍ଚ ଶେଷରେ ଅର୍ଥାତ୍ ୩୧ ମାର୍ଚ୍ଚରେ ଶୁକ୍ରଦେବ କୁମ୍ଭରେ ପ୍ରବେଶ କରିବେ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କୁ ଫାଇଦା ମିଳିବ…

ମେଷ:
ଚତୁର୍ଗ୍ରହୀ ଯୋଗରୁ ମେଷ ରାଶିର ଲୋକମାନଙ୍କୁ ଜବରଦସ୍ତ ଫାଇଦା ମିଳିବ । ଏହି ସମୟରେ ଚାକିରିରେ ପ୍ରଦର୍ଶନ ଭଲ ରହିବ । ରୋଜଗାରରେ ଉନ୍ନତି ହେବ । ଏହା ବ୍ୟତୀତ ବ୍ୟବସାୟରେ ଅର୍ଥନୈତିକ ଅଗ୍ରଗତି ହେବ ।

ବୃଷ:
ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ଚାକିରିରେ ଅତିରିକ୍ତ ଲାଭର ଯୋଗ ରହିଛି । ବ୍ୟବସାୟରେ ଆୟ ଦ୍ୱିଗୁଣିତ ହେବ । ପରିବାରରେ ସୁଖର ପରିବେଶ ରହିବ ।

ତୁଳା:
ଚାକିରିରେ ପଦୋନ୍ନତି ସହିତ ଆୟ ବୃଦ୍ଧି ପାଇବ । ବ୍ୟବସାୟ ଯୋଜନା ସଫଳ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଜୀବନସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ ।

ବିଛା:
ଏହି ରାଶିର ଲୋକଙ୍କ ପାଇଁ ଚତୁର୍ଗ୍ରହୀ ଯୋଗ ଅତ୍ୟନ୍ତ ଲାଭଦାୟକ ହେବ । ଚାକିରି ଓ ରୋଜଗାରରେ ସକାରାତ୍ମକ ଫଳାଫଳ ମିଳିବ । ଆୟର ଉତ୍ସ ବୃଦ୍ଧି ପାଇବ । ଏହା ବ୍ୟତୀତ ଅନେକ କ୍ଷେତ୍ରରୁ ଆୟର ରାଶି ମିଳିବ ।

Get real time updates directly on you device, subscribe now.