fbpx
BJD
BJD SKY
BJD SKY

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ମାର୍ଗେଟ୍ ଆଲଭା

BJD

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧି ଦଳଙ୍କ ସମର୍ଥିତ ପ୍ରାର୍ଥି ମାର୍ଗେଟ୍ ଆଲଭା ଆଜି ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ କଂଗ୍ରସ ନେତା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ଏନସିପି ମୁଖ୍ୟ ଶରଦ ପାୱାର, କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ଶିବସେନା ସାଂସଦ ସଞ୍ଜୟ ରାଉତ ଏବଂ ଅନ୍ୟ ବିରୋଧୀ ଦଳ ନେତାମାନେ ଉପସ୍ଥିତ ଥିଲେ। ମାର୍ଗେଟ୍ ଆଲଭା ବିରୋଧି ଦଳମାନଙ୍କର ଉପରାଷ୍ଟ୍ରପତି ପ୍ରାର୍ଥି କରାଯାଇଛି। ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ ନାମ ଘୋଷଣା କରିଛନ୍ତି।

ମାର୍ଗେଟ୍ ଆଲଭା ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ରାଜନୀତିରେ ପ୍ରବେଶ କରିଥିଲେ। ତାଙ୍କୁ ଗାନ୍ଧୀ ପରିବାରର ଜଣେ ବଡ଼ ସହଯୋଗି ଭାବରେ ବିବେଚନା କରାଯାଏ। ଏଥିପାଇଁ ତାଙ୍କୁ ଏହାର ଲାଭ ଲାଭ ମଧ୍ୟ ମିଳିଛି। ୧୯୭୪ରୁ ୧୯୯୮ ପର୍ଯ୍ୟନ୍ତ ତାଙ୍କୁ ପାର୍ଟ ଲଗାତାର ଭାବରେ ରାଜ୍ୟସଭାକୁ ପଠାଇଛି। ଏହାପରେ ସେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସେ ଲୋକସଭା ସାଂସଦ ରହିଥିଲେ। ଗୋଟିଏ ଥର ସେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ରହିଛନ୍ତି। ୨୦୦୪ରେ ସେ ଲୋକସଭା ନିର୍ବାଚନ ହାରି ଯାଇଥିଲେ। ତେବେ ଏହାପରେ ତାଙ୍କୁ ରାଜ୍ୟପାଳ କରାଯାଇଥିଲା।

ତେବେ ୨୦୦୮ରେ ମାର୍ଗେଟ୍ ଆଲଭାଙ୍କର ସୋନିଆ ଗାନ୍ଧିଙ୍କ ସହ ମତଭେଦ ହେବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ। ତେବେ କିଛି ସମୟ ପରେ ସେ ଦଳକୁ ପୁଣି ଫେରିଥିଲେ ଏବଂ ତାଙ୍କୁ ଉତ୍ତରାଖଣ୍ଡର ରାଜ୍ୟପାଳ କରିଦିଆଯାଇଥିଲା।

Get real time updates directly on you device, subscribe now.