fbpx
BSKY
BJD SHG SKY
BJD MC SKY

ମ୍ୟାରିଟାଲ୍ ରେପ୍ ହେଉଛି ମହିଳାଙ୍କ ବିରୋଧରେ ହେଉଥିବା ଏକ ନିର୍ମମ ଅପରାଧ, ହାଇକୋର୍ଟରେ ଏପରି କହିଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ମ୍ୟାରିଟାଲ୍ ରେପ୍ ହେଉଛି ମହିଳାଙ୍କ ବିରୋଧରେ ହେଉଥିବା ଯୌନ ଶୋଷଣର ସବୁଠାରୁ ବଡ଼ ରୂପ । ହାଇକୋର୍ଟକୁ ଏକ ବୟାନରେ ଏପରି କିଛି କହିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ହାଇକୋର୍ଟକୁ ଶୁକ୍ରବାର ଦିନ କହିଛନ୍ତି ଯେ, ଭାରତୀୟ ଦଣ୍ଡ ସଂହିତା(ଆଇପିସି)ରେ ପୂର୍ବରୁ ହିଁ ଏହା କ୍ରୁରତା ଅପରାଧ ଅଧୀନରେ ଆସିଥାଏ । ବାସ୍ତବରେ ହାଇକୋର୍ଟ ବୈବାହିକ ବଳାତ୍କାରର ଅପରାଧିକରଣ ନେଇ ହୋଇଥିବା ଦାବି ଉପରେ ଶୁଣାଣି କରୁଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ହାଇକୋର୍ଟକୁ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ସମ୍ପର୍କରେ ଦର୍ଶାଇଛନ୍ତି ।

ବରିଷ୍ଠ ଆଇନଜୀବୀ କଲିନ୍ ଗୋଞ୍ଜାଲ୍ୱିସ୍ କହିଛନ୍ତି ଯେ, ମାରିଟେଲ୍ ରେପ୍ ଯୌନ ହିଂସାର ସବୁଠାରୁ ବଡ଼ ରୂପ ଯାହା ଆମ ଘରର ସୀମା ଭିତରେ ହୋଇଥାଏ । ସେ କହିଛନ୍ତି ଯେ, ମହିଳାଙ୍କ ପ୍ରତି କେତେ ଥର ଏପରି ଅପରାଧ ଘଟେ ସେନେଇ ଖୁବ୍ କମ୍ ରିପୋର୍ଟ ହୋଇଥାଏ । ଯେତେ ବି ମାମଲା ରିପୋର୍ଟ ହୁଏ ତାର କୌଣସି ବିଶ୍ଲେଷଣ କରାଯାଏ ନାହିଁ । ଗୋଞ୍ଜାଲ୍ୱିସ୍ କହିଛନ୍ତି ଯେ, ପୀଡ଼ିତାଙ୍କ ସହାୟତା ପାଇଁ ନା ପରିବାର ତାଙ୍କ ପାଖରେ ଠିଆ ହୁଅନ୍ତି ନା କୌଣସି ପୋଲିସ୍ ଅଫିସର୍ ।

ଆବେଦନକାରୀ ମହିଳାଙ୍କ ପ୍ରତିନିଧିତ୍ୱ କରୁଥିବା ଗୋଞ୍ଜାଲ୍ୱିସ୍, ଜଷ୍ଟିସ୍ ରାଜୀବ ଶକଧର ଏବଂ ଜଷ୍ଟିସ୍ ସି ହରି ଶଙ୍କରଙ୍କ ବେଞ୍ଚକୁ କହିଛନ୍ତି ଯେ, ବୈବାହିକ ବଳାତ୍କାରକୁ ଅପରାଧ ବୋଲି ସାରା ବିଶ୍ୱରେ କୋର୍ଟ ସ୍ୱୀକୃତି ଦେଇଛନ୍ତି ଏବଂ ଯୌନ ସମ୍ପର୍କ ରଖିବା ପାଇଁ ପତ୍ନୀଙ୍କ ଅପରିବର୍ତ୍ତନନୀୟ ସମ୍ମତିର ଧାରଣାକୁ ନିରସ୍ତ କରିଦେଇଛନ୍ତି ।

ସେପଟେ ଦିଲ୍ଲୀ ସରକାରଙ୍କ ଓକିଲ ନନ୍ଦିତା ରାଓ କହିଛନ୍ତି ଯେ, ବିବାହିତା ମହିଳା ଓ ଅବିବାହିତ ମହିଳାଙ୍କୁ ପ୍ରତିଟି ଆଇନ ଅଧୀନରେ ଅଲଗା ଅଲଗା ରଖାଯାଇଛି । ରାଓ କହିଛନ୍ତି ଯେ, ମ୍ୟାରିଟାଲ୍ ରେପ୍ ହେଉଛି ଏକ ଜଗନ୍ୟ ଅପରାଧ । ତେବେ ଦେଶରେ ଅନେକ ମହିଳା ରହିଛନ୍ତି ଯେଉଁ ମାନେ ବାରମ୍ବାର ମ୍ୟାରିଟାଲ ରେପ୍ ର ଶିକାର ହେଉଛନ୍ତି ।

Get real time updates directly on you device, subscribe now.