fbpx

ଗୋଟିଏ କୁକୁରର ଜନ୍ମଦିନ ପାର୍ଟିରେ ଖର୍ଚ୍ଚ ହେଲା ୭ ଲକ୍ଷ: ଭିଡ଼ ଏତେ ହେଲା ଯେ କୋଭିଡ୍ ନିୟମ କେହି ମାନିଲେନି, ଶେଷରେ ପୋଲିସ….

ନୂଆଦିଲ୍ଲୀ: ଅନେକ ଲୋକ ନିଜ ପରିବାରରେ ପୋଷା କୁକୁରମାନଙ୍କୁ କେବଳ ଏକ ଗୃହପାଳିତ ପଶୁ ନୁହେଁ ବରଂ ଜଣେ ଫ୍ୟାମିଲି ସଦସ୍ୟ ଭାବେ ଗ୍ରହଣ କରିନେଇଥାନ୍ତି । ବର୍ତ୍ତମାନର ଇଣ୍ଟରନେଟ ଯୁଗରେ କିଛି ବ୍ୟକ୍ତି ନିଜର ପୋଷା କୁକୁରର ଜନ୍ମଦିନକୁ ସ୍ୱତନ୍ତ୍ର ଭାବେ ପାଳନ କରୁଥିବା ଦେଖାଯାଉଛି । ନିକଟରେ ଗୁଜରାଟର ଅହମ୍ମଦାବାଦର ଜଣେ ଫ୍ୟାମିଲ ତାଙ୍କର କୁକୁରର ଜନ୍ମଦିନକୁ ଖାସ୍ ଭାବେ ପାଳନ କରିଛନ୍ତି । ଅବି ନାମକ ଉକ୍ତ କୁକୁରଟିର ଜନ୍ମଦିନ ପାର୍ଟିରେ ମୋଟ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ତାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଆବିର ଜନ୍ମଦିନକୁ ଅହମ୍ମଦାବାଦର ନିକୋଲ ଅଞ୍ଚଳରେ ବଡ଼ ଧୁମଧାମରେ ପାଳନ କରାଯାଇଥିଲା । ଏହି ଅବସରରେ ଜନ୍ମଦିନ ପାର୍ଟିରେ ଯୋଗଦେଇଥିବା ସମସ୍ତ ଅତିଥି ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଜନ୍ମଦିନ ପାଇଁ ମଧୁବନ ଗ୍ରୀନରେ ଏକ ବିଶାଳ ପ୍ଲଟ ବୁକ କରାଯିବା ସହ ଟେଷ୍ଟ, ପୋଷ୍ଟର ସହ ବଡ଼ଧରଣର ଆକର୍ଷଣୀୟ ସାଜସଜ୍ଜା ହୋଇଥିଲା । କେବଳ ଗୋଟିଏ କୁକୁର ପାଇଁ ଏତେବଡ଼ ଉତ୍ସବର ଆୟୋଜନ କରାଯାଇଥିବାରୁ ଏହାକୁ କେହି ସହଜେ ବିଶ୍ୱାସ କରିପାରି ନଥିଲେ । ଏହି ସ୍ପେଶାଲ ଡେ’ରେ ଆବି କଳା ରଙ୍ଗର ଏକ ସ୍ମାର୍ଟ ଡ୍ରେସ୍ ପରିଧାନ କରିଥିଲା ।

ତେବେ ଚଳିତ ବର୍ଷ ପ୍ରାରମ୍ଭରୁ ଗୁଜରାଟରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି । ସେଥିପାଇଁ ରାଜ୍ୟରେ ବିଭିନ୍ନ ସଚେତନତା ସହ ନାଇଟ୍ କର୍ଫ୍ୟୁ କଟକଣା ଲାଗୁ କରାଯାଇଛି । ତେବେ ଏହି ଜନ୍ମଦିନ ପାର୍ଟିରେ ଅତ୍ୟଧିକ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଅଧିକାଂଶ ଅତିଥି ମାସ୍କ ପରିଧାନ କରିନଥିଲେ । ତେଣୁ ପୋଲିସ ପକ୍ଷରୁ ଏହି ପାର୍ଟି ଆୟୋଜନ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ମାମଲା ଦାୟର କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.