fbpx

ଆଜି ସାଢ଼େ ୩ଟାରେ ECଙ୍କ ପ୍ରେସମିଟ୍

ନୂଆଦିଲ୍ଲୀ: ଆଜି ସାଢ଼େ ୩ଟା ବେଳେ ନିର୍ବାଚନ କମିସନଙ୍କ ପ୍ରେସମିଟ୍ ହେବାକୁ ଯାଉଛି । ୫ଟି ରାଜ୍ୟର ନିର୍ବାଚନ ତାରିଖ ଏହି ପ୍ରେସମିଟ୍ ରେ ଘୋଷଣା କରାଯିବ । ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆର ନିର୍ବାଚନ ତାରିଖ ଏଥିରେ ଘୋଷଣା ହେବ । ତେବେ ଦେଶରେ କୋଭିଡ୍ ମହାମାରୀର ସ୍ଥିତି ଜାରି ରହିଥିବାରୁ ନିର୍ବାଚନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯିବ । କିପରି ଭାବେ କୋଭିଡ୍ ଗାଇଡଲାଇନ୍ କୁ ପାଳନ କରି ନିର୍ବାଚନ ହେବ ସେ ଦିଗରେ ଏହି ପ୍ରେସମିଟ୍ ରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇପାରେ ।

Get real time updates directly on you device, subscribe now.