fbpx

ବଢ଼ିଲା ହାଟ କଟକଣା: ଅଲଗା ସ୍ଥାନକୁ ଉଠିବାକୁ ନିର୍ଦ୍ଦେଶ

AAKASH

ଭୁବନେଶ୍ୱର: ପୁଣି ଥରେ ହାଟକୁ ଅଲଗା ସ୍ଥାନକୁ ଉଠିଯିବାକୁ ଦିଆଯାଇଛି । ନିର୍ଦ୍ଦେଶ ସଂକ୍ରମଣ ବଢ଼ିବାରୁ ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ବଢ଼ିଛଇ ହାଟକୁ ନେଇ କଟକଣା । ଏକାଠି ନବସି ଅଲଗା ଅଲଗା ଜାଗାରେ ବ୍ୟବସାୟୀଙ୍କୁ ବସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତ୍ୱ ରଖିବାକୁ ହାଟ ପାଇଁ ଭିନ୍ନ ସ୍ଥାନ ଚିହ୍ନଟ ହେବ । ପ୍ରଥମ, ଦ୍ୱିତୀୟ ଲହର ବେଳେ ଯେଉଁଠି ହାଟ ବସିଥିଲା, ସେଠି ବସିପାରିବ । ଜୋନାଲ ଡେପୁଟୀ କମିଶନରମାନେ ହାଟ ପାଇଁ ଜାଗା ନିର୍ଣ୍ଣୟ କରିବା ନେଇ କୁହାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକ ଦୃଷ୍ଟିରେ ସରକାର ସତର୍କତାମୂଳକ ପଦକ୍ଷେପ ନେବା ସ୍ୱରୂପ ସ୍କୁଲ କଲେଜ ବନ୍ଦ ଘୋଷଣା କରିଛନ୍ତି । ବିବାହ, ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ପାଇଁ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ସାରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହ କୌଣସି ସ୍ଥାନରେ ଅଯଥା ଗହଳି ଏଡ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ରାଜଧାନୀରେ ଥିବା ଅନେକ ହାଟରେ ପ୍ରତିଦିନ ଅଧିକ ଭିଡ଼ ହେଉଥିବାରୁ ଏବଂ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ହାଟ ଗୁଡ଼ିକୁ ଅଲଗା ବସିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ କରୋନାର ୧ମ,୨ୟ ଲହରବେଳେ ଉଠିଥିବର ସ୍ଥାନକୁ ଯିବାକୁ ଦିଆଯାଇଛି ନିର୍ଦ୍ଦେଶ ।

Get real time updates directly on you device, subscribe now.