fbpx
BSKY
BJD YOUTH SKY
BJD MS SKY

ରାଜ୍ୟପାଳଙ୍କୁ ଭେଟିଲେ ନିର୍ବାଚନ କମିଶନ: ଖୁବଶୀଘ୍ର ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ବୈଠକ । ପୋଲିସ ଡିଜି ଓ ପୋଲିସ ବିଭାଗର ଅନ୍ୟ ପଦାଧିକାରୀଙ୍କ ସହ ବୈଠକ । ପୋଲିସ ଡିଜିଙ୍କ ସହ ରାଜ୍ୟ ନିର୍ବାଚନ କମିଶନଙ୍କ ଆଲୋଚନା । ଖୁବଶୀଘ୍ର ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ରାଜ୍ୟପାଳଙ୍କୁ ଭେଟିଲେ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ ।

ସେପଟେ ଆଜି ସୋମବାର ପଞ୍ଚାୟତ ନିର୍ବାଚନକୁ ନେଇ ବସିଥିଲା ସର୍ବଦଳୀୟ ବୈଠକ । ବୈଠକ ପରେ ପଞ୍ଚାୟତ ନିର୍ବାଚନ ପାଇଁ ଗାଇଡ଼ଲାଇନ୍ ଆସିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ ।  ଇସିଆଇର ଗାଇଡ଼ଲାଇନକୁ ଆଧାର କରି ଗାଇଡ଼ଲାଇନ୍ ଆସିବ । ତେବେ ବୈଠକରେ ସମସ୍ତ ରାଜନୈତିକ ଦଳ ସେମାନଙ୍କ ମତାମତ ରଖିଛନ୍ତି । କୋଭିଡ ଭିତରେ କିଭଳି ନିର୍ବାଚନ କରାଯିବ, ସେନେଇ ଆଲୋଚନା ହୋଇଛି । କୋଭିଡ ସମୟରେ ନିର୍ବାଚନ ନେଇ ଦଳମାନେ ନିଜ ନିଜ ମତ ଦେଇଛନ୍ତି । ନିର୍ବାଚନ ନେଇ କେନ୍ଦ୍ର ନିର୍ବାଚନ କମିଶନ ଗାଇଡଲାଇନ୍ କରିଛନ୍ତି ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ କହିଛନ୍ତି ।

ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ କର୍ମୀ । କୋଭିଡ ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନକୁ ଘୁଞ୍ଚାଯାଉ ବୋଲି ବିରୋଧୀ କହିଛନ୍ତି । କେବଳ ବିଜେଡିକୁ ଛାଡି ନିର୍ବାଚନ ସ୍ଥଗିତ ପାଇଁ ସବୁ ଦଳ ଦାବି କରିଛନ୍ତି । ପଛୁଆ ବର୍ଗ ଓ ଏସଟିଙ୍କ ପାଇଁ ସଂରକ୍ଷଣରେ ସଂଣୋଧନ ପାଇଁ ଦାବି ହୋଇଛି । ନିର୍ଭୁଲ ଭୋଟର ତାଲିକା ଦାବି କରିଛନ୍ତି ବିରୋଧୀ ।

Get real time updates directly on you device, subscribe now.