fbpx

ବିବାହ, ସନ୍ତାନ ଏବଂ ପରିବାର ବହୁତ ଜରୁରୀ, ଜିନପିଙ୍ଗ ମହିଳାଙ୍କୁ କଲେ ଅପିଲ

ନୂଆଦିଲ୍ଲୀ : ଚୀନରେ ଲଗାତାର ଜନ୍ମହାର କମିବାରେ ଲାଗିଛି ଯାହା ଫଳରେ ଏବେ ସେଠାରେ ଜନ୍ମ ହାରକୁ ବୃଦ୍ଧି କରିବା ପାଇଁ ରାଷ୍ଟ୍ରପତି ମହିଳାମାନଙ୍କୁ ଅପିଲ କରିଛନ୍ତି । ରାଷ୍ଟ୍ର ପତି କହିଛନ୍ତି , ବିବାହ କରିବା ଏବଂ ଅଧିକରୁ ଅଧିକ ପିଲା ଜନ୍ମ କରିବା ଆବଶ୍ୟକ । ତେବେ ପରିବାର ସ୍ଥାପନା କରିବା ମହିଳାଙ୍କ ଉପରେ ନିର୍ଭର କରେ ।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ମହିଳା କେବଳ ନିଜର ବିକାଶ କରିବେ ତାହା ନୁହେଁ ସେମାନେ ଦେଶର ମଧ୍ୟ ବିକାଶ କରିବେ । ଏଥି ପାଇଁ ବିବାହ ଏବଂ ପରିବାର ଆଗକୁ ବଢାଇବା ନିହାତି ଆବଶ୍ୟକ । ତେବେ ବିଶେଷଜ୍ଞଙ୍କ ମାନଙ୍କ କହିବା ଅନୁସାରେ ଶିଶୁର ଦେଖାଶୁଣା, ଚାକିରୀ ନଥିବା, ଲିଙ୍ଗଗତ ଭେଦଭାବ ଏବଂ ଅନେକ ପ୍ରକାର କାରଣ ପାଇଁ ଯୁବକ ଯୁବତୀମାନେ ସନ୍ତାନ ଜନ୍ମ କରିବାକୁ ଇଚ୍ଛା କରୁ ନାହାନ୍ତି ।

ରାଷ୍ଟ୍ରପତିଙ୍କ କହିବା ଅନୁସାରେ ୬ ଦଶକ ପରେ ଏବେ ଚୀନରେ ଜନ ସଂଖ୍ୟା କମ ହେବାରେ ଲାଗିଛି । ଗତ ବର୍ଷ ୧୦% ଏହା କମ ହୋଇଥିଲା । ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ଆୟୋଗ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁସାରେ ୨୦୨୨ରେ କେବଳ ୯.୫୬ ମିଲିୟନ ଜନ୍ମ ହୋଇଛନ୍ତି । ତେବେ ୧୯୪୯ ପରେ ଏହା ସବୁଠାରୁ କମ ଜନ୍ମହାର ।

Get real time updates directly on you device, subscribe now.