fbpx
BJD SKY
BJD SKY

OPGC ପକ୍ଷରୁ ନିଯୁକ୍ତି ସୁଯୋଗ: ଆସନ୍ତା ମାସ ପହିଲା ସୁଦ୍ଧା ହାର୍ଡ କପି ପଠାଇବାକୁ ପଡ଼ିବ

BJD

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ସିନିୟର ଜେନେରାଲ ମ୍ୟାନେଜର -ଏଚଆର ଆଣ୍ଡ ଆଇଆର ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଯୋଗ୍ୟ ପ୍ରାର୍ଥୀଙ୍କୁ ଉଚ୍ଚ ବେତନ ସହିତ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀ ଗ୍ରାଜୁଏସନ ପାସ କରିବା ସହିତ ଅତିକମରେ ୬୦ ପ୍ରତିଶତ ମାର୍କ ରଖିଥିବେ । ଏଥିସହିତ ପ୍ରାର୍ଥୀଙ୍କର ୨୫ ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଥିବ । ପ୍ରାର୍ଥୀ କେନ୍ଦ୍ର / ରାଜ୍ୟ ପିଏସୟୁ / ପ୍ରାଇଭେଟ କମ୍ପାନୀ ଅଧିନରେ ୨୦ ବର୍ଷରୁ ଅଧିକ ବର୍ଷ ଧରି କାର୍ଯ୍ୟ କରିଥିବେ । ଚଳିତ ବର୍ଷ ନଭେମ୍ବର ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୫୬ ବର୍ଷ ହୋଇଥିବ । ୨୦୦ରୁ ଅଧିକ କାର୍ଯ୍ୟନିର୍ବାହୀ ରହିଥିବା କେନ୍ଦ୍ର / ରାଜ୍ୟ ପିଏସୟୁର ଏଚଆର ବିଭାଗରେ ଲିଡରଶିପ୍ କ୍ଷେତ୍ରରେ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ ।

ମାନବ ସମ୍ବଳ, ଶିଳ୍ପ ସମ୍ପର୍କ, କର୍ମଚାରୀ ସମ୍ପର୍କ ଓ ପ୍ରଶାସନିକ କାର୍ଯ୍ୟରେ ପ୍ରାର୍ଥୀଙ୍କର ଅଭିଜ୍ଞତା ରହିଥିବା ସହ ଡିଜାଇନିଂ, ମାନବ ସମ୍ବଳ ରଣନୀତି ପ୍ରସ୍ତୁତ କରିବା ଆଦି ବିଷୟରେ ଜ୍ଞାନ ରହିଥିବା ଆବଶ୍ୟକ । ପ୍ରାର୍ଥୀ ଓଡ଼ିଆ ଭାଷା ଜାଣିବା ସହ ଥର୍ମାଲ ପାୱାର ପ୍ଲାଣ୍ଟରେ ଅତିମରେ ୫ ବର୍ଷ ଧରି କାର୍ଯ୍ୟ କରିଥିବେ । ପୂର୍ବରୁ କେନ୍ଦ୍ର / ରାଜ୍ୟ ପିଏସୟୁରେ କାର୍ଯ୍ୟ କରିଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ । ଏସଏପି – ଏଚଆର ମଡ୍ୟୁଲସର କାର୍ଯ୍ୟକାରିତା ଜାଣିଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ । ଅକ୍ଟୋବର ମାସ ୭ରୁ ୨୨ ତାରିଖ ମଧ୍ୟରେ ଯେଉଁ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିଥିବେ ସେମାନେ ନଭେମ୍ବର ମାସ ପହିଲା ସୁଦ୍ଧା ସେମାନଙ୍କର ଆପ୍ଲିକେସନର ହାର୍ଡ କପି ସହିତ ଅନ୍ୟ ଡକ୍ୟୁମେଣ୍ଟ ଧାର୍ଯ୍ୟ ଠିକଣାରେ ପଠାଇବାକୁ ଅନୁରୋଧ ।

ନୋଟିଫିକେସନ ଲିଙ୍କ: ahttps://www.opgc.co.in/opgc_recruitment/OPGC_Detailed_Adv_OPGC_CO_HR_04_2023.pdf

Get real time updates directly on you device, subscribe now.