fbpx

Karwa Chauth : କରୱା ଚୋୖଥ ଆଜି ନା ଆସନ୍ତାକାଲି? ଜାଣନ୍ତୁ ପାଳନର ସଠିକ ସମୟ ଓ ତାରିଖ ….

ବିବାହିତା ମହିଳାମାନଙ୍କର ସବୁଠାରୁ ବିଶେଷ ପର୍ବ କରୱା ଚଉଥ ଅଟେ । ଏହା ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଚତୁର୍ଥୀ ତିଥିରେ ପାଳନ କରାଯାଏ । ବିବାହିତ ମହିଳାମାନେ ଉତ୍ସାହର ସହିତ କରୱା ଚୋୖଥ ବ୍ରତର ଦିନଟିକୁ ଅପେକ୍ଷା କରନ୍ତି । ଏହି ଦିନ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁ ଏବଂ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ନିର୍ଜଳ ଉପବାସ ରଖନ୍ତି ।

ଏହି ଉପବାସ ସକାଳ ସୂର୍ଯ୍ୟୋଦୟରୁ ଆରମ୍ଭ ହୋଇ ସନ୍ଧ୍ୟା ସମୟରେ ଚନ୍ଦ୍ର ଉଦୟ ହେବା ପର୍ଯ୍ୟନ୍ତ ଜାରି ରହିଥାଏ । ମହିଳାମାନେ ପ୍ରଥମେ ଚନ୍ଦ୍ରକୁ ଅର୍ଘିଅ ଅର୍ପଣ କରନ୍ତି, ଏହା ପରେ ନିଜ ସ୍ୱାମୀଙ୍କ ହାତରୁ ପାଣି ପିଇ ଏହି ଉପବାସ ଭାଙ୍ଗନ୍ତି । କିନ୍ତୁ ଚଳିତ ବର୍ଷ ଏହି ଉପବାସକୁ ନେଇ ଦ୍ୱନ୍ଦ୍ୱ ଅଛି, ତେବେ ଆସନ୍ତୁ ଜାଣିବା ଏହାକୁ ପାଳନ କରିବାର ଠିକ ସମୟ ।

ଚଳିତ ବର୍ଷ ଏହି ବ୍ରତଟି କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ଅକ୍ଟୋବର ୩୧ ୨୦୨୩ ରାତି ୯.୩୦ ରେ ଆରମ୍ଭ ହୋଇ ଚତୁର୍ଥୀ ତିଥି ନଭେମ୍ବର ୧ ୨୦୨୩ ରାତି ୯.୧୯ରେ ଶେଷ ହେବ । ଉଦୟାତିଥିରୁ କରୱା ଚଉଥ ଉପବାସ ବୈଧ ଅଟେ, ତେଣୁ ଚଳିତ ବର୍ଷ କରୱା ଚୋୖଥ ନଭେମ୍ବର ୧ ୨୦୨୩, ବୁଧବାର ଦିନ ପାଳନ କରାଯିବ । ଏହି ଦିନ ମହିଳାମାନେ ସନ୍ଧ୍ୟାରେ ଚୋୖଥ ମାତା, କରୱା ମାତା ଏବଂ ଗଣପତିଙ୍କୁ ପୂଜା କରନ୍ତି ଏବଂ ଚନ୍ଦ୍ର ଉଦୟ ପରେ ଚନ୍ଦ୍ରଦେବଙ୍କୁ ଅର୍ଘିଅ ଅର୍ପଣ କରାଯାଏ ।

କରୱା ଚୋୖଥ ଉପବାସର ସମୟ – ୦୬:୩୬ ପୂର୍ବାହ୍ନ – ୦୮:୨୬ ଅପରାହ୍ନ
କରୱା ଚୋୖଥ ପୂଜା ମୁହୂର୍ତ୍ତ – ୦୫.୪୪ ଅପରାହ୍ନ – ୦୭.୦୨ ଅପରାହ୍ନ (୧ ନଭେମ୍ବର ୨୦୨୩)
ଚନ୍ଦ୍ର ବାହାରିବାର ସମୟ – ୦୮:୨୬ ଅପରାହ୍ନ (୧ ନଭେମ୍ବର ୨୦୨୩)

Get real time updates directly on you device, subscribe now.