fbpx

ରାଷ୍ଟ୍ରିୟ ଏକତା ଦିବସରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ‘ରାଷ୍ଟ୍ରିୟ ଏକତା ଦିବସ’ ଅବସରରେ ଗୁଜୁରାଟର କେଭାଡିଆରେ ଆୟୋଜନ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏଥିରେ ଦେଶର ପ୍ରଥମ ଗ୍ରୃହ ମନ୍ତ୍ରୀ ସରର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ମଜଭୁତ କରିବା ପାଇଁ ସରକାର ସର୍ଦ୍ଦାରବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀକୁ ରାଷ୍ଟ୍ରିଏ ଏକତା ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଲୋହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୮ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କହିଥିଲେ ରାଷ୍ଟ୍ରିୟ ଏକତା ପାଇଁ ତାଙ୍କର ପ୍ରତିବଦ୍ଧତା ଆଜି ମଧ୍ୟ ସମସ୍ତଙ୍କୁ ମାର୍ଗ ଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି ସର୍ଦ୍ଦାର ପଟେଲ ଜୟନ୍ତୀରେ ଆମେ ତାଙ୍କର ଅଧ୍ୟମ୍ୟ ଭାବନା, ଦୁରଦର୍ଶୀ ନେତ୍ରୃତ୍ୱ ଏବଂ ଅସାଧାରଣ ସମର୍ପଣ କୁ ମନେ ପକାଇବା ଯିଏ ଆମରାଷ୍ଟ୍ରକୁ ଆକାର ଦେଇଥିଲେ । ରାଷ୍ଟ୍ରିୟ ଏକତା ପାଇଁ ତାଙ୍କର ଦୃଢ ଚେଷ୍ଟା ଆମେ କେବେ ଭୁଲି ପାରିବା ନାହିଁ । ଆମେ ସବୁବେଳେ ତାଙ୍କ ଶରଣରେ ରହିବାବା । ଦେଶ ସ୍ୱାଧୀନ ହେବା ପରେ ଭାରତକୁ ଏକକ କରଣ କରିବା ପାଇଁ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ରାଷ୍ଟ୍ରୀ ଏକତା ଦିବସ ପ୍ୟାରେଡ ମଧ୍ୟ ଦେଖିଥିଲେ । ଏହି ପ୍ୟରେଡରେ ବିଏସ ଏଫ ଏବଂ ସ୍କୁଲ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬୦ କୋଟି ଟଙ୍କାରେ ଅନେକ ବିକାଶ ଜୋଜନାର ଉଦଘାଟନ କରିଥିଲେ ।

Get real time updates directly on you device, subscribe now.