fbpx

ଲକ୍ ଡାଉନରେ ନିଆରା ବାହାଘର । ଦେଶୀ ବରକୁ ବିଦେଶୀ ମେମ୍

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ନାଁ ଥିଲା ଢ଼ୋଲ ନଗାଡା ।ନଥିଲେ ବରଯାତ୍ରୀ । ଦେଶୀ ବରକୁ ବିଦେଶୀ ମେମ୍ । ଜିଲ୍ଲାପାଳଙ୍କ ତଦାରଖରେ ସମାଜିକ ଦୂରତା ରକ୍ଷାକରାଯାଇ ନିରାଡମ୍ବର ଭାବେ ସମ୍ପନ୍ନ ହୋଇଛି ବାହାଘର । ଏକ ଭାଷା ଶିକ୍ଷା ଆପ ଜରିଆରେ ପରସ୍ପରକୁ ଭେଟିଥିଲେ ହରିଆଣା ରୋହତକର ନିରଂଜନ କଶ୍ୟପ ଓ ମେକ୍ସିକୋର ନାଗରିକ ଡାନା ।ପରେ ଉଭୟଙ୍କ ମଧ୍ୟରେ ଚାଟିଂ ଆରମ୍ଭ ହୋଇଥିଲା ।ଯାହା ଭଲପାଇବାରେ ପରିବର୍ତ୍ତିତ ହୋଇଥଲା ।ଏହା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଖାସ ସେଥିପାଇଁ ଡାନା ଓ ତାଙ୍କ ମା ଗତ ଫେବୃଆରୀ ୧୧ ତାରିଖରେ ଭାରତରେ ପଂହଚିଥିଲେ ।ମ୍ୟାରେଜ ଆକ୍ଟ ଅନୁଯାୟୀ ଉଭୟ ଗତ ଫେବୃଆରୀ ୧୭ ତାରିଖରେ ଆବେଦନ କରିଥଲେ ।ନିୟମ ଅନୁଯାୟୀ ଏଥିପାଇଁ ୩୦ ଦିନର ସମୟ ଲାଗିଥାଏ । କିନ୍ତୁ ୩୦ ଦିନ ସରିବା ବେଳକୁ ହରିଆଣାରେ ଲକ ଡାଉନ ଲାଗୁ ହୋଇଯାଇଥିଲା ।ଫଳରେ ବିବାହ ସମ୍ଭବପର ହୋଇନଥିଲା ।ଏଭଳି ଅବସ୍ଥାରେ ଉଭୟ ସ୍ଥନୀୟ ଜିଲ୍ଲାପାଳଙ୍କୁ ଆବେଦନ କରିଥିଲେ ।ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ବାହାଘର କାର୍ଯ୍ୟ ସମ୍ପନ୍ନ କରିଛନ୍ତି ।

Get real time updates directly on you device, subscribe now.