ଓଡିଶା ଭାସ୍କର- ବିବାହକୁ ନେଇ ଗବେଷଣାରୁ ନୂଆ ଓ ପୁରୁଷଙ୍କୁ ଆହ୍ଲାଦିତ କରିବା ପରି ଏକ ଖବର ଜଣାପଡିଛି । ଏହି ଗବେଷଣା କହୁଛି କି, ବିବାହ ପରେ ପୁରୁଷ ଅଧିକ ଯବାନ ହୋଇଯାଆନ୍ତି । ବିବାହ, ପୁରୁଷ ଓ ସେମାନଙ୍କ ବୟସକୁ ନେଇ ଏକ ରୋଚକ ଖବର ଇଣ୍ଟରନାସନାଲ ସୋସଲ ୱର୍କ ଜର୍ନଲରେ ବାହାରିଛି ।
ରିପୋର୍ଟ ମୁତାବକ, ବିବାହିତ ପୁରୁଷଙ୍କ ବୟସ ବଢିବ ପ୍ରକ୍ରିୟା ଅବିବାହିତଙ୍କ ତୁଳନାରେ ଧିମା ହୋଇଥାଏ । ଷ୍ଟଡିରେ ୨୦ହଜାରରୁ ଅଧିକ ବୟସ୍କଙ୍କୁ ସାମିଲ କରାଯାଇଛିଲା । ଏମାନଙ୍କ ବୟସ ୪୦-୮୫ ବର୍ଷ ମଧ୍ୟରେ ରହିଥିଲା ଓ ଷ୍ଟଡି ଦୀର୍ଘ ୨୦ ବର୍ଷ ଧରି ଚାଲିଥିଲା । ଏହି ଷ୍ଟଡିରେ ସାମିଲ ବ୍ୟକ୍ତିଙ୍କ ଶାରିରୀକ, ମାନସିକ ସ୍ୱାସ୍ଥ୍ୟ, ସାମାଜିକ ସମ୍ବନ୍ଧ ଓ ଆତ୍ମ ଧାରଣା ଆଧାରରେ ବୟସର ପ୍ରଭାବକୁ ପରୀକ୍ଷା କରାଯାଇଥିଲା ।
ତେବେ ପରୀକ୍ଷାରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା, ତାହ ଥିଲା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ବିବାହ ପରେ ପୁରୁଷଙ୍କ ବୟସର ଛାପ ପଡିବା ପ୍ରକ୍ରିୟା ଶିଥିଳ ହୋଇଥାଏ । ବିବାହିତମାନେ ସିଙ୍ଗଲ ରହୁଥିବା ସାଙ୍ଗଙ୍କଠାରୁ ଅଧିକ ଫିଟ, ଅନୁଶାସିତ ଓ ସୁସ୍ଥ ହୋଇଥାନ୍ତି । ଷ୍ଟଡି ମୁତାବକ, ବିବାହିତ ପୁରୁଷ ଅବିବାହିତଙ୍କ ତୁଳନାରେ ଅଧିକ ସ୍ଥିର ଓ ସନ୍ତୁଳିତ ଜୀବନ ଅତିବାହିତ କରିଥାନ୍ତି । ଯାହାର ପ୍ରଭାବ ସେମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ।
ବିବାହ ବ୍ୟକ୍ତିଙ୍କ ଜୀବନରେ ଅନୁଶାସନ ଓ କର୍ତ୍ତବ୍ୟପରାୟତା ଆଣିଥାଏ, ଯାହା ତାଙ୍କୁ ସୁସ୍ଥ ଓ ଯବାନ ରଖେ । ଏହାର ପ୍ରଭାବ ପୁରୁଷଙ୍କ ବଡି ସେଲ ଉପରେ ପଡିଥାଏ । ତେବେ ଏଥିପାଇଁ ବ୍ୟକ୍ତିଙ୍କ ବୈବାହିକ ଜୀବନର ସ୍ଥିରତା, ସୁସ୍ଥତା ନିର୍ଭରକରେ । ପତ୍ନୀଙ୍କଠାରୁ ଅଲାଗା ରହୁଥିବା ବା ଛାଡପତ୍ର ନେଇଥିବା ପୁରୁଷଙ୍କ ଶରୀରରେ ବୟସର ଛାପ ଅଧିକ ଦ୍ରୁତ ବେଗରେ ଦେଖାଦିଏ । ନେଚର ହ୍ୟୁମାନ ବିହେଭିୟରରେ ପ୍ରକାଶିତ ଏକ ଅଧ୍ୟୟନରେ ଜଣାପଡିଥି କି ଅବିବାହିତ ଲୋକ, ବିବାହିତଙ୍କ ତୁଳନାରେ ୭୯ ପ୍ରତିଶତ ମାନସିକ ଦୁଶ୍ଚିନ୍ତାର ସମ୍ମୁଖୀନ ହୋଇଥାନ୍ତି । ଛାଡପତ୍ର ନେଇଥିବା ଲୋକ ୯୯ ପ୍ରିତିଶତ ଅଧିକ ଡିପ୍ରେସନର ଶିକାର ହୁଅନ୍ତି ।