ନୂଆଦିଲ୍ଲୀ- ନବଜାତକର ରଙ୍ଗ କଳା ଦେଖି ବାପାର ଉଡିଗଲା ହୋସ । ନିଜ ସନ୍ତାର ପ୍ରଥମ ଝଲକ ପାଇ ଖୁସିହେବା ବା ତାକୁ କୋଳକୁ ନେବା ବଦଳରେ ପତ୍ନୀଙ୍କୁ ମାଗିଲା ପାଟର୍ନିଟି ଟେଷ୍ଟ । ସ୍ୱାମୀଙ୍କ ଏମିତି ବ୍ୟବହାରରେ ପତ୍ନୀଙ୍କ ସୁଖ ଦୁଃଖରେ ପରିଣତ ହୋଇଗଲା । ବିବାହ ଏବେ ଛାଡପତ୍ର ମୁହାଁ ହୋଇଛି । ସାଙ୍ଘାଇର ଜଣେ ୩୦ ବର୍ଷୀୟା ମହିଳା ସୋସିଆଲ ମିଡିଆରେ ଏହି କଥା ସେୟାର କରିଛନ୍ତି ।
ରିପୋର୍ଟ ମୁତାବକ, ଶିଶୁ ଜନ୍ମ ପରେ ପ୍ରଥମ ନଜରରେ ହିଁ ସମସ୍ତେ ସନ୍ଦେହରେ ପଡିଯାଇଥିଲେ । ବେଶି ହତବାକ ହୋଇଥିଲେ ନବଜାତକର ପିତା । ସେ ପିଲାକୁ କୋଳକୁ ନେବେ କଣ ତାର ରଙ୍ଗ କଳା ଦେଖି ହତବାକ ହୋଇଯାଇଥିଲେ । ଏମିତି କି ମା ନିଜେ ମଧ୍ୟ ଜାଣିପାରୁନଥିଲେ ଏମିତି କେମିତି ହେଲା । ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୋରା ତକତକ ହୋଇଥିବା ବେଳେ ପିଲା କେମିତି କଳା କିଚମିଚ ହୋଇଥିଲେ । ମହିଳା କହିଛନ୍ତି, ସେ କେବେ ଆଫ୍ରିକା ଯାଇନାହାନ୍ତି । କୌଣସି କଳା ବ୍ୟକ୍ତିଙ୍କୁ ଜାଣିମଧ୍ୟ ନାହାନ୍ତି । ତେଣୁ ଏମିତି କେମିତି ହେଲା ବୁଝିପାରୁନଥିଲେ ମହିଳା ।
ସେପଟେ ମହିଳାଙ୍କ ସ୍ୱାମୀ ପିଲାକୁ ଦେଖି ଏକଦମ ଚିନ୍ତାରେ ପଡିଯାଇଥିଲେ । ସେ ସଙ୍ଗେ ସଙ୍ଗେ ପିଲାର ବାପା କିଏ ଜାଣିବାକୁ ପାଟର୍ନିଟି ଟେଷ୍ଟ ଜିଦିରେ ଅଡିବସିଲେ । ସେମାନଙ୍କ ବିବାହ ଯେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି, ଏହା ବୁଝିଯାଇଥିଲେ । ତେଣୁ ବିବାହକୁ ବଞ୍ଚାଇବାକୁ ଯାଇ ସେ ଟେଷ୍ଟ ପାଇଁ ରାଜିହେଲେ । ଏହି କଥା ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାକୁ ନେଇ ୟୁଜର୍ସ ଦେଉଛନ୍ତି ବିଭିନ୍ନ ପ୍ରତିକ୍ରିୟା ।